ଆଜି ରାୟଗଡା ଆସିବେନି ରାହୁଲ 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ରାୟଗଡା ଆସିବେନି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି କଂଗ୍ରସର ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ଆଜି ରାୟବରେଲିରେ ନାମାଙ୍କନ ଭରିବେ ରାହୁଲ । ଏଥିପାଇଁ ତାଙ୍କ ଓଡିଶା ଗସ୍ତ ବାତିଲ କରାଯାଇଥିବା ସୂଚନା ଦେଇଛନ୍ତି କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ ।ରାୟବରେଲି ଆସନ ପାଇଁ ରାହୁଲ ନାଁ ଘୋଷଣା କରିବା ପରେ ଆଜି ରାୟବରେଲିରୁ ନାମାଙ୍କନ ଭରିବେ ରାହୁଲ । ସାଙ୍ଗରେ ରହିବେ ମା’ ସୋନିଆ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଶେଷ ମୁହୁର୍ତ୍ତରେ ରାହୁଲଙ୍କୁ ରାୟବରେଲିରୁ ଲଢ଼ିବାକୁ ଘୋଷଣା କରିଛି ଏଆଇସିସି । ବହୁ ଦିନରୁ ଲାଗିରହିଥିବା ସସପେନ୍ସରୁ ପରଦା ହଟିଛି । ଉତ୍ତରପ୍ରଦେଶର ସବୁଠୁ ଚର୍ଚ୍ଚିତ ଆସନ ତଥା କଂଗ୍ରେସର ଗଡ଼ ଥିବା ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଏଥର ଆମେଥି ଛାଡ଼ି ରାୟବରେଲିରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ । ଆମେଥି ଆସନରେ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବା ବେଳେ ଶେଷ ସମୟରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ଏହି ଦୁଇଟି ଆସନ କଂଗ୍ରେସର ଗଡ଼ ଭାବେ ଜଣାଶୁଣା । ରାୟବରେଲିରେ ସୋନିଆ ଗାନ୍ଧୀ ଲଗାତାର ଜିତିଆସୁଥିବା ବେଳେ ଚଳିତ ଥର ସେ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ରାଜ୍ୟସଭାରୁ ସଂସଦ ଯାଇଛନ୍ତି । ସେହିପରି ଆମେଥି ଆସନରେ ୨୦୦୪ରୁ ରାହୁଲ ଜିତି ଆସୁଥିବା ବେଳେ ୨୦୧୯ରେ ଏହି ବିଜୟରେ ବ୍ରେକ ଲଗାଇଥିଲେ ସ୍ମୃତି ଇରାନୀ । ଚଳିତ ନିର୍ବାଚନରେ ମଧ୍ୟ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ତେଣୁ ନିଜ ଗଡ଼ ରକ୍ଷା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ରାୟବରେଲିରେ ରାହୁଲ ଗାନ୍ଧୀ ଓ ଆମେଥି ପାଇଁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ରାଏବରେଲିରେ ବିଜେପିର ଦିନେଶ ପ୍ରତାପ ସିଂହଙ୍କ ସହ ରାହଲୁଙ୍କ ଲଢ଼େଇ ହେବ । ଏବଂ ଆମେଥିରେ ସ୍କୃତି ଇରାନୀଙ୍କୁ ଟକ୍କର ଦେବେ କିଶୋରୀଲାଲ ଶର୍ମା । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ଉଭୟ ପ୍ରାର୍ଥୀ ଆଜି ଏହି ଦୁଇ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ । ସେହିପରି ପ୍ରିୟଙ୍କା ଗାନ୍ଧୀ ଚଳିତ ନିର୍ବାଚନ ଲଢ଼ିବେନି ବୋଲି ମଧ୍ୟ ସ୍ପଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here