ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି । ଜୋରହାଟ ଜିଲ୍ଲାର ନିମାତିଘାଟରୁ ଅଫାଲାମୁଖ ଘାଟକୁ ଯାଉଛି ଏହି ଯାତ୍ରା । ରାହୁଲଙ୍କ ସହ ସାଧାରଣ ସମ୍ପାଦକ ଜୟରାମ ରମେଶ, ରାଜ୍ୟ ସଭାପତି ଭୂପେନ କୁମାର ବୋରା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ସମେତ ଦଳର ବହୁ ଶୀର୍ଷ ନେତା ଉପସ୍ଥିତ ଅଛନ୍ତି ।ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଜାନୁଆରୀ ୧୪ ରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ କିମ୍ବା ୨୧ ରେ ମୁମ୍ବାଇରେ ଶେଷ ହେବ । ଏହା ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଯାଇଥିବା ବେଳେ ୬୭ ଦିନରେ ୬୭୧୩ କିଲୋମିଟର ଅତିକ୍ରମ କରିବ । ଆସାମରେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୧୭ଟି ଜିଲ୍ଲାରେ ୮୩୩ କିଲୋମିଟର ଯାତ୍ରା କରିବ ।