ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦୁଇଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ବର୍ଷା । ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ କାଲିଠୁ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ଆନ୍ଧ୍ର ଓ ତାମିଲନାଡୁ ମୁହାଁଉଛି । ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲେ ବି ୨୪ ଓ ୨୫ ତାରିଖରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।ଗତ ସପ୍ତାହରେ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏବେ କାଲିଠୁ ଦୁଇଦିନିଆ ବର୍ଷା ପୁଣି ଚେତାବନୀ ଚାଷୀଙ୍କ ମନରେ ଛନକା ଆଣିଛି । ତେଣୁ ଚାଷୀମାନେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ୨୬ତାରିଖ ପରେ ପାଗ ଶୁଖିଲା ରହିବ । ରାଜ୍ୟରେ ଏବେ ବି ଶୀତ ଲହରୀ ଜାରି ରହିଛି । ଆଗକୁ ତାପମାତ୍ରା ଆହୁରି କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏହାର ପ୍ରଭାବ ଓଡିଶା ଉପରେ କେତେ ରହିବ ତାର ସ୍ପଷ୍ଟ ଚିତ୍ର ଆସିନାହିଁ ।