ବିପ୍ଲବୀ ପରିକ୍ରମା ଡିଜିଟାଲ :- ବିଜେଡି ନେତା ରାଜା ଚକ୍ରଙ୍କୁ ନେଇ ଆସିଲା ବଡ଼ ଖବର । ବିଜେଡି ନେତା ରାଜା ଚକ୍ରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେଲା । ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ରାଜାଙ୍କ ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଏମିତିକି ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ । ଏଥିସହ ରାଜାଙ୍କୁ ଗିରଫ ନେଇ ଥିବା ପ୍ରତିବନ୍ଧକ ହଟିଲା । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଘନ ଘନ ରେଡ୍ କରିଥିଲା EOW। ଦୁଇ ଦିନ ତଳେ ଜଣେ ASPଙ୍କ ନେତୃତ୍ବରେ ଗୋଟିଏ ଟିମ ରାଜାଙ୍କର କେନ୍ଦୁଝର ଜଗନ୍ନାଥପୁର ସ୍ଥିତ ଘରେ ଚଢାଉ କରିଥିଲା । ବହୁ ସମୟ ଧରି ଘରେ ଯାଞ୍ଚ ଚାଲିଥିଲା । ଖାଲି ଏତିକି ନୁହେଁ, ଯୋଡ଼ା ଖଣି କ୍ଷେତ୍ରର ବିଭିନ୍ନ ଜାଗାରେ ଆଉ ଏକ ଟିମ ତଦନ୍ତ ଜାରି ରଖିଛି । ଏହି ଚଢାଉ ବେଳେ EOW ବହୁ ତଥ୍ୟ ପାଇଥିବା ସୂଚନା ମିଳୁଛି ।
ଅନ୍ୟପକ୍ଷରେ ରାଜା ଚକ୍ରଙ୍କୁ ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ ବିଜେପି ରାଜ୍ୟସଭା ସାଂସଦ ମମତା ମହାନ୍ତ । ମମତା କହିଛନ୍ତି, ବିଜେଡି ନେତା ରାଜା ଚକ୍ର ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ପାୱାରଫୁଲ ଥିଲେ । ସେମାନଙ୍କ ହାତ ନଥିଲେ, ସେ ଏତେ ଶକ୍ତିଶାଳୀ ହୋଇପାରିନଥାନ୍ତେ l