ବିଜୟ ସହ IPL ଅଭିଯାନ ଶେଷ କଲା ରାଜସ୍ଥାନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ IPL ୨୦୨୫ ର ୬୨ତମ ମ୍ୟାଚ୍ ଖେଳାଯାଇଥିଲା। ରାଜସ୍ଥାନ ରୟାଲ୍ସ ତାର ଶେଷ ଲିଗ ମ୍ୟାଚରେ ବିଜୟୀ ହୋଇ ଆଇପିଏଲ ଅଭିଯାନ ଶେଷ କରିଛି । ଆଇପିଏଲର ୬୨ ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ରାଜସ୍ଥାନ ରୟାଲ୍ସ ୬ ଓ୍ବିକେଟରେ ପରାସ୍ତ କରିଛି । ସିଏସକେ ବିପକ୍ଷରେ ଯୁଦ୍ଧବୀର ସିଂ ଓ ଆକାଶ ମାଧଓ୍ବାଲ ଘାତକ ବୋଲିଂ କରି ବ୍ୟାଟରଙ୍କ ଅଣ୍ଟା ଭାଙ୍ଗିଦେଇଥିଲେ । ୪ଓଭର ବୋଲିଂ କରି ୨୯ ରନ ଦେଇ ୩ଟି ଓ୍ବିକେଟ ନେଇଥିବାରୁ ଆକାଶଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି । ସେପଟେ ଚେନ୍ନାଇ ନୈରାଶ୍ୟଜନକ ପଦର୍ଶନ ଜାରି ରଖି ୧୩ ତମ ମ୍ୟାଚରେ ମଧ୍ୟ ପରାଜିତ ହୋଇ ପଏଣ୍ଟ ଟେବୁଲ ଶେଷରେ ରହିଛି । ଏହି ମ୍ୟାଚ୍‌ରେ ରାଜସ୍ଥାନର ଅଧିନାୟକ ସଞ୍ଜୁ ସାମସନ୍ ଟସ୍ ଜିତି ଚେନ୍ନାଇର ଅଧିନାୟକ ଏମଏସ ଧୋନିଙ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୭ ରନ କରିଥିଲା ଚେନ୍ନାଇ । ଜାବାରେ ୧୭. ୧ ଓଭରରେ ୪ ଓ୍ବିକେଟ ହରାଇ ୧୮୮ ରନ କରି ବିଜୟୀ ହୋଇଥିଲା ରାଜସ୍ଥାନ ।

LEAVE A REPLY

Please enter your comment!
Please enter your name here