ବିପ୍ଲବୀ ପରିକ୍ରମା ଡିଜିଟାଲ :- ଘରୋଇ ମାଟିରେ ରାଜସ୍ଥାନ ଚିତପଟାଙ୍ଗ୍, IPLର ୫୦ ତମ ମ୍ୟାଚରେ ମୁମ୍ବାଇର ସପ୍ତମ ବିଜୟ । ଏଥିସହ IPL ର ୫୦ ତମ ମ୍ୟାଚକୁ ୧୦୦ ରନରେ ଜିତି ମୁମ୍ବାଇ ୧୪ ପଏଣ୍ଟ ସହ ଟେବଲ ଟପ୍ପର ହୋଇଛି । ୨୧୮ ରନ ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିଲା ରାଜସ୍ଥାନ । ୧୬. ୧ ଓଭରରେ ୧୧୭ ରନରେ ଆଉଟ ହୋଇଯାଇଥିଲେ ସମସ୍ତ ଖେଳାଳି । କର୍ଣ୍ଣ ଶର୍ମା ଏବଂ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୧୧୭ ରନରେ ଅଲଆଉଟ୍ କରିଥିଲା। ଏହା ସହିତ ରିୟାନ ପରାଗଙ୍କ ଦଳ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଥିବା ଦ୍ୱିତୀୟ ଦଳ ହୋଇଛି । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେଅଫ୍ ଦୌଡ଼ରୁ ବାହାର ହୋଇଯାଇଥିଲା । ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ମୁମ୍ବାଇ ୨୦ ଓଭରରେ ଦୁଇଟି ୱିକେଟ୍ ହରାଇ ୨୧୭ ରନ୍ କରିଥିଲା। ଜବାବରେ ରାଜସ୍ଥାନ ୧୬. ୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୧୭ ରନ୍ କରିପାରିଥିଲା ଏବଂ ୧୦୦ ରନ୍ ରେ ମ୍ୟାଚ୍ ହାରି ଯାଇଥିଲା। ଗତ ମ୍ୟାଚ୍ରେ ୩୫ ବଲ୍ରେ ଶତକ ହାସଲ କରିଥିବା ବୈଭବ ସୂର୍ଯ୍ୟବଂଶୀ ଖାତା ନ ଖୋଲି ଆଉଟ୍ ହୋଇଥିଲେ। ସେ ଦୀପକ ଚହରଙ୍କ ବଲ୍ର ଶିକାର ହୋଇଥିଲେ । ବୈଭବଙ୍କ ପରେ ଯଶାସୀ ଜୈସୱାଲ ମଧ୍ୟ କେବଳ ୧୩ ରନ୍ କରି ଆଉଟ୍ ହୋଇଥିଲେ ।