ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଧାୟକ ରାଜା ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାେବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଏହି ଶପଥଗ୍ରହଣ ଉତ୍ସବ ହୋଇଯାଇଛି ।
ଅନ୍ୟପଟେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ରାଜା ସ୍ୱାଇଁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତାବ ଦେଇଥିଲେ lଆସନ୍ତା ୨୦ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବ । କାମଚଳା ବାଚସ୍ପତି ଭାବେ ଏହି ୩ ଦିନର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇବି ବୋଲି କହିଛନ୍ତି ରାଜା ସ୍ୱାଇଁ ।