ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ଛୋଟ ପିଲା 

0
Oplus_131072

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୁରଭଞ୍ଜ ଜିଲ୍ଲାରେ ନିର୍ବାଚନ ପର୍ବ ଚାଲିଛି ଖୁବ୍ ଧୂମଧାମରେ । ଗୀତ, ସଭାଯାତ୍ରା ବ୍ୟାନର ପୋଷ୍ଟର ମାଧ୍ୟମ ରେ ଚାଲିଛି ପ୍ରଚାର | ତେବେ ସଭାଯାତ୍ରା କରୁଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖୁବାକୁ ମିଳିଛି କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ Iକଥାରେ ଅଛି ଆଜିର ଶିଶୁ କାଲିର ଭବିଷ୍ୟତ, ହେଲେ ନିଜ ସ୍ୱାର୍ଥ ପାଇଁ କିଛି ଦୋଳିୟ ପ୍ରାର୍ଥୀ ମାନେ ନିଜର ନିର୍ବାଚନ ପ୍ରଚାର ପାଇଁ ଛୋଟ ଛୋଟ ଶିଶୁ ପିଲାଙ୍କୁ ନେଇ ନିର୍ବାଚନ ପ୍ରଚାର କରିବା କେତେ ଦୂର ଠିକ ତାହା ଆପଣ ମାନେ ବିଚାର କରିବେ । କରଞ୍ଜିଆ ନିର୍ବାଚନ ମଣ୍ଡଳୀର କିଛି ବିଧାୟକ ପ୍ରାର୍ଥୀ ନିଜ ନିର୍ବାଚନ ମଣ୍ଡଳୀ କରଞ୍ଜିଆରେ ସଭାଯାତ୍ରା କରିଥିବା ସମୟରେ ପ୍ରଖର ଖରାରେ ଛୋଟ ଛୋଟ ଶିଶୁଙ୍କୁ ସାମିଲ କରୁଥିବା ଦେଖୁବାପାଇଁ ମିଳିଛି । ତେବେ ଆପଣ ନିଜେ ନଦେଖିଲେ ବିଶ୍ୱାସ କରି ପାରିବେ ନାହିଁ ଏ ଭିଡିଓ ଟି ଭଲ ଭାବରେ ଦେଖନ୍ତୁ |

ତେବେ ଏ ହେଉଛି ବାସ୍ତବ , ସେମାଙ୍କୁ ସ୍କୁଲ ପଠାଇବା ଛାଡି ନିଜ ଦଳର ପ୍ରଚାର ପାଇଁ ସଭାଯାତ୍ରା ରେ ସାମିଲ କରୁଛନ୍ତି କିଛି ଦୋଳିୟ ପ୍ରାର୍ଥୀ ଯାହାକି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।ତେବେ ଦିନ ଥିଲା ମୟୂରଭଞ୍ଜ ଜିଲ୍ଲା ଶିଶୁ ଶ୍ରମିକ ଶୂନ୍ୟ ପାଇଁ ଜିଲ୍ଲାପାଳ ପୁରସ୍କୃତ ହୋଇଥିବା ମଧ୍ୟ ନଜିର ଆସିଛି |ତେବେ ଶିଶୁ ମାନଙ୍କୁ ନିର୍ବାଚନୀ ପ୍ରଚାରରେ ନିୟୋଜିତ ନ କରିବା ନିର୍ଦ୍ଦେଶାବଳୀ ଥିବା ବେଳେ,ଏଠାରେ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକୁ ଖୋଲା ଖୋଲି ଚାଲେଞ୍ଜ କରୁଛନ୍ତି କିଛି ରାଜନୀତି ପ୍ରାର୍ଥୀ |

LEAVE A REPLY

Please enter your comment!
Please enter your name here