ଭ୍ରମରପୁରରେ ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ, ଯୋଗଦେଲେ ସାଂସଦ ପ୍ରତିନିଧି 

0

ଗଞ୍ଜାମ, ଦିଗପହଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭ୍ରମରପୁର ଗ୍ରାମ ପଞ୍ଚାୟତରେ ପବିତ୍ର ରଥଯାତ୍ରା ନିମନ୍ତେ ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାବାହୁଙ୍କ ଗୁଣ୍ଡିଚା ଯାତ୍ରା ଠାରୁ ଆରମ୍ଭ କରି ବାହୁଡ଼ାଯାତ୍ରା ତଥା ବଡ଼ ଏକାଦଶୀ, ସୁନାବେଶ, ଅଧରପଣା ଏବଂ ଶେଷରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଏହି ଗ୍ରାମ ରେ ବଡ଼ ଆଡମ୍ବର ସହକାରେ ଯାତ୍ରା ଅନୁଷ୍ଠିତ ହୋଇଛି l

ନବ ଦିନ ଧରି ବିଭିନ୍ନ ନାଟକ ଯଥା ପୌରାଣିକ କଥାମୃତ ଉପରେ ଆଧାରିତ ରାମାୟଣ ମହାଭାରତ ଭଳି ନାଟକ ସାଙ୍ଗକୁ ଆଧୁନିକ ଅପେରା ତଥା ଗ୍ରାମ ବାସୀଙ୍କ ଦ୍ୱାରା ରଚନା ଏବଂ ପରିକଳ୍ପନା କରାଯାଇଥିବା ନାଟକ ମଧ୍ୟ ପରିବେଷଣ ହୋଇଥାଏ l ଏହି ସମୟରେ ସମଗ୍ର ଗ୍ରାମ ଲୋକାରଣ୍ୟ ହୋଈ ଉଠିଥାଏ l ଗ୍ରାମର ବାସିନ୍ଦା ଯେତେ ଦୂରେ ଥିଲେ ମଧ୍ୟ ଏହି ସମୟରେ ଛୁଟି ଆସନ୍ତି ନିଜ ଭିଟାମାଟିକୁ ଆଉ ନିଜକୁ ସାମିଲ କରିଦିଅନ୍ତି ଏହି ପବିତ୍ର ଉତ୍ସବ ରେ l

ତେବେ ଏହି ପରିପ୍ରେକ୍ଷୀରେ ରବିବାର ଗ୍ରାମରେ ମହାଭାରତ ପୌରାଣିକ ନାଟକର ରିବନ କାଟି ବିଧିବଦ୍ଧ ଭାବେ ପୁଜାର୍ଚନା କରି ଶୁଭାରମ୍ଭ କରିଥିଲେ ଦିଗପହଣ୍ଡି ସାଂସଦ ପ୍ରତିନିଧି ହରିବନ୍ଧୁ ରେଡ୍ଡୀ l

ଏହି ସମୟରେ ସାଂସଦ ପ୍ରତିନିଧିଙ୍କ ସହ ଭ୍ରମରପୁର ସରପଞ୍ଚ ସୀତାରାମ ସେଠି, ପୂର୍ବତନ ଜିଲ୍ଲା ପରିଷଦ ଦିଲ୍ଲୀପ କୁମାର ହୋତା, ନାଟ ପରିଚାଳକ ଲାଲୁ @ସୁଶାନ୍ତ କୁମାର ଷଡ଼ଙ୍ଗୀ, ନାଟକ ମାଷ୍ଟର ହୃଷିକେଶ ସାହୁ, ବମକେଇ ସରପଞ୍ଚ ତପନ ପ୍ରଧାନ, ଗୌଡ଼ ଗାଁ ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ସାହୁ, ଟିକରପଡା ସମିତିସଭ୍ୟ ପଙ୍କଜ ସାହୁ,ଟିକରପଡା ପୂର୍ବତନ ସରପଞ୍ଚ ପୀତବାସ ତଣ୍ଡ , ଯୁବ ସମାଜସେବୀ ବିଭୁ ନନ୍ଦନ ସେଠିଙ୍କ ସହ ବହୁ ଯୁବକର୍ମୀ ଏବଂ ଭ୍ରମରପୁର ଗ୍ରାମ ବାସିନ୍ଦା ଉପସ୍ଥିତ ଥିଲେ l

ତେବେ ସାଂସଦ ପ୍ରତିନିଧି ଗ୍ରାମର ଅନ୍ୟ ସମସ୍ୟା ଏବଂ ସମାଧାନ ଦିଗରେ ବୁଦ୍ଧିଯିବିଙ୍କ ସହ ଆଲୋଚନା କରିଥିଲେ ଏବଂ ଯଥାସମ୍ଭବ ସମସ୍ୟାର ସମାଧାନ ଦିଗରେ ଆଲୋକପାତ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ସମସ୍ତଙ୍କ ଶୁଭ ମନାସିଥିଲେ l

LEAVE A REPLY

Please enter your comment!
Please enter your name here