ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହେବା ପରେ ଗଜପତି ରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ନୀତି ପରେ ବାହୁଡ଼ା ରଥଯାତ୍ରାରେ ରଥଟଣା ଧାର୍ଯ୍ୟ ସମୟର ଘଣ୍ଟାଏ ପୂର୍ବରୁ ଆରମ୍ଭ ହୋଇଛି । ନୀତି ନିର୍ଘଣ୍ଟରେ ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ ହେବ ବୋଲି କୁହାଯାଇଥିଲା । ମାତ୍ର ଏହାର ଏକଘଣ୍ଟା ଆଗରୁ ଅପରାହ୍ନ ୩ଟାରେ ରଥ ଟଣା ଆରମ୍ଭ ହୋଇଛି । ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ପ୍ରଥମେ ଟଣା ଯାଇଛି । ଶନିବାର ଶ୍ରୀଗୁଣ୍ଡିଚା ମନ୍ଦିରରୁ ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରା ନୀତି ଆରମ୍ଭ ହୋଇଥିଲା । ଛେରା ପହଁରା ପରେ ଚାରମାଳ ଫିଟା ହୋଇ ଘୋଡ଼ା ଯୋଚା ନୀତି ହୋଇ ରଥ ଟଣା ଆରମ୍ଭ ହୋଇଥିଲା।