ଜାନୁଆରୀ ୩୧ ସୁଦ୍ଧା E-KYC ନକଲେ କଟିଯିବ ରାସନକାର୍ଡ : କୃଷ୍ଣଚନ୍ଦ୍ର ପାତ୍ର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାସନକାର୍ଡ ଭେରିଫିକେସନ୍‌ ପାଇଁ ହିତାଧିକାରୀଙ୍କୁ ମହଲତ୍‌ ଦେଲେ ରାଜ୍ୟ ସରକାର । ଚଳିତମାସ (ଜାନୁଆରୀ) ୩୧ ତାରିଖ ସୁଦ୍ଧା e-kyc ନକଲେ କଟିଯିବ ରାସନ କାର୍ଡ୍‌ । ଅପଡେଟେସନ୍‌ ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରିବେ ରାଜ୍ୟ ସରକାର । ଏବେ ସୁଦ୍ଧା ପ୍ରାୟ ୪୯ ଲକ୍ଷ ହିତାଧିକାରୀ E-KYC କରିନାହାନ୍ତି । ରାଜ୍ୟ ବାହାରେ ଥିବା ହିତାଧିକାରୀଙ୍କୁ ଫୋନ ଯୋଗେ ଅବଗତ କରାଯାଉଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

 

ମୋହନ ମାଝୀ ସରକାର ଆସିବା ପରେ ସରକାରୀ ବଣ୍ଟନ ବ୍ୟବସ୍ଥାରେ ଥିବା ଭୂତ ହିତାଧିକାରୀ ବା ମୃତ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ‘ପିଡିଏସ’ ବ୍ୟବସ୍ଥାରେ ସରକାରୀ ରାସନ ସାମଗ୍ରୀ ପାଉଥିବା ହିତାଧିକାରୀଙ୍କୁ ଇ-କେଓ୍ବାସି ମାଧ୍ୟମରେ ସେମାନଙ୍କ ବାୟୋମେଟ୍ରିକ୍‌ ତଥ୍ୟ ଅପଡେଟ୍ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପ୍ରାୟ ଗତ ୨ ମାସରୁ ଊର୍ଦ୍ଧ୍ବ ହେବ ଏହି ପ୍ରକ୍ରିୟା ଜାରି ରହିଛି । ତେବେ ଏହାର ଶେଷ ଅବଧିକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଥିଲା । ଏବେ ଏନେଇ ନିଜେ ଯୋଗାଣ ମନ୍ତ୍ରୀ ବଡ ଅପଡେଟ୍‌ ଦେଇଛନ୍ତି । ସରକାରୀ ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରାୟ ପଞ୍ଜୀକୃତ ହିତାଧିକାରୀଙ୍କୁ ମଧ୍ୟରୁ ପ୍ରାୟ ୪୯ ଲକ୍ଷ ହିତାଧିକାରୀ ଅପଡେଟ କରିନଥିବା ବେଳେ ଜାନୁଆରୀ ୩୧ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ E-KYC ଶେଷ କରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ ।ଏବେ ସୁଦ୍ଧା ଏହି ପ୍ରକ୍ରିୟାରେ ପ୍ରାୟ ୪୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଏହି ଅପଡେଟେସନ ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ମୋଟ କେତେ ଅଯୋଗ୍ୟ ବାଦ ପଡିଲେ ଓ କେତେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ପ୍ରଦାନ କରାଯିବ, ସେନେଇ ସରକାର ଆକଳନ ସ୍ପଷ୍ଟ କରିପାରନ୍ତି ।

LEAVE A REPLY

Please enter your comment!
Please enter your name here