ବିପ୍ଲବୀ ପରିକ୍ରମା ଡିଜିଟାଲ :- ରତ୍ନଭଣ୍ଡାର ମରାମତି ନେଇ ବଡ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥଯାତ୍ରାରୁ ନୀଳାଦ୍ରି ବିଜେ ମଧ୍ୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଠାକୁରଙ୍କ ଚାପ ଖେଳ ଯୋଗୁଁ ବର୍ତ୍ତମାନ ମରାମତି କାର୍ଯ୍ୟ ବନ୍ଦ ରହିଥିବା କହିଲେ ଆଇନ ମନ୍ତ୍ରୀ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ” ଯେବେ ଠାରୁ ଠାକୁର ଚାପକୁ ବାହାରିଲେଣୀ ମରାମତି କାମ ବନ୍ଦ ଅଛି । ନୀତିକାନ୍ତିକୁ ବାଧାପ୍ରାପ୍ତ କରାଯାଇ ମରାମତି ହୋଇପାରିବ ନାହିଁ । ଠାକୁର ରଥକୁ ପହଣ୍ଡି ହୋଇ ବାହାରିଲା ପରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ । ବାହୁଡା ଯାତ୍ରା ପୂର୍ବରୁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବୁ । ସେହିପରି ଲକ୍ଷ୍ଯ ସ୍ଥିର କରାଯାଇଛି । ଏଏସଆଇ ଡିଜି ଓ ସେମାନଙ୍କ ବରିଷ୍ଠ ଅଧିକାରୀ ମାନେ ଓଡ଼ିଶା ଆସି ଜଗନ୍ନାଥ ମନ୍ଦିରର ସ୍ଥିତି ସମୀକ୍ଷା କରିବା ସହ ରତ୍ମଭଣ୍ଡାର ଅଗ୍ରଗତି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଗର୍ଭଗୃହରେ ଯାହା ଆବଶ୍ୟକୀୟ ମରାମତି ଯେଉଁଟାକୁ ରଥଯାତ୍ରା ସମୟରେ ହୁଏ ସେନଇ ମଧ୍ୟ ସମୀକ୍ଷା କରିଛନ୍ତି । ଯେପରି କୌଣସି ଷ୍ଟ୍ରକ୍ଚରାଲ କ୍ଷତି ନହେବ ସେ ବାବାଦରେ ଯାହା ଆବଶ୍ୟକତା ତାହା କରିବା ପାଇଁ ଏଏସଆଇ ଡିଜି ସମୀକ୍ଷା କରିଛନ୍ତି । ମନ୍ଦିର ଦୃଷ୍ଟି କୋଣରୁ ଯାହା ଆବଶ୍ୟକତା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତାହା ତାଙ୍କୁ ଅବଗତ କରାଇଛନ୍ତି । ଉଭୟଙ୍କ ମଧ୍ୟରେ ବିଶାଦ ଆଲୋଚନା ହୋଇଛି ।ମନ୍ଦିରର ସଂରକ୍ଷଣ ପାଇଁ ଯେଉଁ ସବୁ ଜ୍ଞାନ କୌଶଳର ଆବଶ୍ୟକତା ରହିଛି ସେ ନେଇ ଆଲୋଚନା ହୋଇଛି। ବହୁତ ଶୀଘ୍ର ରତ୍ନଭଣ୍ଡାର ପକ୍ରିୟା ସରିଲା ପରେ ବାକି ଯାହା ଅଛି ତାହା ସେମାନେ ଅନୁଧ୍ଯାନ କରିବେ । “