KKRକୁ ମାତ ଦେଲା RCB

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଇଣ୍ଡିଆନ ପ୍ରିମିୟର ଲିଗ୍‌ ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ କୁ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କେକେଆର ପ୍ରଥମେ ବ୍ୟାଟିଂ କରି ୧୭୪ ରନ ସଂଗ୍ରହ କରି ଆରସିବିକୁ ୧୭୫ ରନର ଟାର୍ଗେଟ ଦେଇଥିଲା । ୧୬ ଓଭର ୨ଟି ବଲରେ ଟାର୍ଗେଟ ପୂରା କରି ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କୋଲକାତା ନାଇଟ୍‌ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଛନ୍ତି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ରଜତ ପଟିଦାର ଅଛନ୍ତି ।

 

ତେବେ ଧମାକାଦାର ଉଦଘାଟନୀ ଉତ୍ସବ ସହିତ ଆରମ୍ଭ ହୋଇଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ ୨୦୨୫) ୧୮ତମ ସଂସ୍କରଣ । କୋଲକାତାର ଇଡେନ୍ ଗାର୍ଡେନରେ ଆୟୋଜିତ ଉଦଘାଟନୀ ଉତ୍ସବକୁ ହୋଷ୍ଟ କରିଛନ୍ତି ବଲିଉଡ କିଙ୍ଗ ଶାହରୁଖ ଖାନ । ସେପଟେ ଗାୟିକା ଶ୍ରେୟା ଘୋଷାଲଙ୍କ ସହ ପଞ୍ଜାବୀ ସିଙ୍ଗର କରଣଙ୍କ ଗୀତରେ ଝୁମିଲେ ଦର୍ଶକ । ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ଚମତ୍କାର ନୃତ୍ୟ କରି ନିଜର ଜଲୱା ଦେଖାଇଥିଲେ । ଏହାସହ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ଶାହରୁଖଙ୍କ ସହ ବିରାଟ କୋହଲି ଓ ରିଙ୍କୁ ସିଂଙ୍କ ଡ୍ୟାନ୍ସ ।

LEAVE A REPLY

Please enter your comment!
Please enter your name here