ବିପ୍ଲବୀ ପରିକ୍ରମା ଡିଜିଟାଲ :- ଘରୋଇ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଜବରଦସ୍ତ ବିଜୟ । ବିରାଟ କୋହଲି, ଦେବଦତ୍ତ ପାଡିକ୍କଲଙ୍କ ଜବରଦସ୍ତ ବ୍ୟାଟିଂ ଓ ହେଜେଲଉଡଙ୍କ ଘାତକ ବୋଲିଂ ବଳରେ ଆଇପିଏଲରେ ଷଷ୍ଠ ବିଜୟ ହାସଲ କଲା ଆରସିବି । ଚଳିତ ଆଇପିଏଲର ୪୨ ତମ ମୁକାବିଲାରେ ୧୧ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ଆରସିବି । ଗୁରୁବାର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ରାଜସ୍ଥାନ ଓ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାୟାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ ପାଇଁ ଆରସିବିକୁ ଆମନ୍ତ୍ରଣ କରିଥିଲା । ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୦୫ କରିଥିଲା ବେଙ୍ଗାଲୁରୁ । ଜବାବରେ ରାଜସ୍ଥାନ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୯୪ ରନରେ ଅଟକି ଯାଇଥିଲା । ଷଷ୍ଠ ବିଜୟ ସହ ପଏଣ୍ଟ ଟେବୁଲ ତୃତୀୟରେ ଆରସିବି, ସପ୍ତମ ପରାଜୟ ସହ ଅଷ୍ଟମ ସ୍ଥାନକୁ ଖସିଲା ଆରଆର । ଚଳିତ ଆଇପିଏଲରେ କୋହଲି ପୁରା ଫର୍ମରେ ରହିଛନ୍ତି ବ୍ୟାକ ଟୁ ବ୍ୟାକ ସେ ଅର୍ଦ୍ଧଶତକ ହାସଲ କରିଚାଲିଛନ୍ତି ।