ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚଳିତ ଥର ଆଇପିଏଲ୍ର ଅଷ୍ଟମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫୦ ରନ୍ରେ ହରାଇ ଦେଇଛି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏଥି ସହ ଆର୍ସିବି ୨ରୁ ୨ ବିଜୟ ସହ ପଏଣ୍ଟ ଟେବୁଲ୍ ଶୀର୍ଷ ସ୍ଥାନ ବଜାୟ ରଖିଛି । ଚେନ୍ନାଇ ସୁପର୍ କିଙ୍ଗ୍ସ ସମ୍ମୁଖରେ ୧୯୭ ରନ୍ ବିଜୟ ଲକ୍ଷ୍ୟ ରହିଥିବା ବେଳେ ଘରୋଇ ଦଳ ଲଢ଼ି ପାରି ନଥିଲା । ଦ୍ବିତୀୟ ଓଭରରେ ଜୋସ ହାଜେଲଉଡ୍ ଏବଂ ୧୩ତମ ଓଭରରେ ୟଶ ଦୟାଲ ଦୁଇଟି ଲେଖାଏଁ ପ୍ରମୁଖ ୱିକେଟ୍ ବାହାର କରି ସିଏସ୍କେ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।
ଚେନ୍ନାଇ ବିପକ୍ଷରେ ବେଙ୍ଗାଲୁରୁର ବଡ ବିଜୟ । ଘରୋଇ ମାଟିରେ ସିଏସକେକୁ ଦୀର୍ଘ ୧୭ ବର୍ଷ ପରେ ପରାସ୍ତ କରିବାରେ ସଫଳ ହେଲା ଆରସିବି । ଶୁକ୍ରବାର ଆଇପିଏଲରେ ଖେଳାଯାଇଥିବା ଅଷ୍ଟମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫୦ ରନରେ ପରାସ୍ତ କରି ବିଜୟ ଧାରା ବଜାୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ରଜତ ପଟିଦାରଙ୍କ ନେତୃତ୍ବାଧୀନ ଆରସିବିର ଆଇପିଏଲରେ ଏହା କ୍ରମାଗତ ଦ୍ବିତୀୟ ବିଜୟ । ପ୍ରଥମ ମ୍ୟାଚରେ ଦଳ କେକେଆରକୁ ପରାସ୍ତ କରିଥିଲା । ୨୦୦୮ ରେ ଚେନ୍ନାଇର ଚେପକରେ ସିଏସକେକୁ ପରାସ୍ତ କରିଥିଲା ଆରସିବି । ଦ୍ବିତୀୟ ଥର ପାଇଁ ଚଳିତ ସିଜିନରେ ପରାସ୍ତ କରିବାର ସଫଳ ହୋଇଛି ।ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ପ୍ରଥମେ ବ୍ୟାଟିଂ ପାଇଁ ଆରସିବିକୁ ଆମନ୍ତ୍ରଣ କରିଥିଲା ।ଟୁର୍ଣ୍ଣାମେଣ୍ଟରେ ଏହା ଆରସିବିର କ୍ରମାଗତ ଦ୍ୱିତୀୟ ବିଜୟ ହୋଇଥିବାବେଳେ CSKର ପ୍ରଥମ ପରାଜୟ । ମୁମ୍ବାଇ ବିପକ୍ଷ ମ୍ୟାଚରେ ଚେନ୍ନାଇ ବିଜୟୀ ହୋଇଥିଲା । ସିଏସକେ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା ଆରସିବି ବୋଲର । ଫଳରେ ଲୟ ହରାଇ ରନ୍ କରିବାରେ ବିଫଳ ହୋଇଥିଲେ ଚେନ୍ନାଇ ବ୍ୟାଟର । ରଚିନ ରବିନ୍ଦ୍ର ସର୍ବାଧିକ ୪୧ ରନ କରିଥିବା ବେଳେ ଧୋନି ଅପରାଜିତ ୩୦ ଓ ଜାଡେଜା ୨୫ ର କରିଥିଲେ । ଅନ୍ୟ କେହିବି ପଡିଆରେ ଅଧିକ ସମୟ ତିଷ୍ଟି ପାରିନଥିଲେ । ଜୋସ ହେଜେଲଉଡ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ୟସ ଦୟାଲ ୨ଓ ଲିଭିଙ୍ଗଷ୍ଟୋନ ୨ଟି ଓ୍ବିକେଟ ନେଇଥିଲେ ।