ରେକର୍ଡ ଭାଙ୍ଗିବ ୨୦୨୫ର ତାତି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ ଫେବୃଆରୀ ଆରମ୍ଭରୁ ଦେଖା ଦେଲାନି ଅସମ୍ଭାଳ ତାତି । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ହେବ ପାରଦ । ବର୍ତ୍ତମାନ ରାଜ୍ୟରେ ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଆରମ୍ଭ ହେଲାଣି । ଆଇଏମଡିର ଆକଳନ ଅନୁସାରେ ଫେବୃଆରୀ ମାସରେ ଓଡିଶାର ତାତି ସ୍ବାଭାବିକ ଠାରୁ ଅଧିକ ରହିବ । ସେପଟେ ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀର ତାତି ୨୧ ବର୍ଷର ରେକର୍ଡ ଭାଙ୍ଗିଛି । ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ତେଜ୍ କିରଣ ପାଇଁ ଟାଇଁ ଟାଇଁ ଖରା ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।ତେବେ ୨୦୨୪ରୁ ବଳିଯିବ ୨୦୨୫ର ତାତି । ଫେବୃଆରୀରୁ ଦେଖାଇଲାଣି ତାଉ । ୨୧ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ତାପମାତ୍ରା । ପ୍ରଥମ ସପ୍ତାହରେ ଭୁବନେଶ୍ବରର ତାପମାତ୍ରା ଛୁଇଁଲା ୩୪.୯ ଡିଗ୍ରୀ । ମାଘ ମାସରେ ଅସ୍ବାଭାବିକ ସ୍ଥିତି । ଆଗକୁ ଦିନ ସହ ଉଷ୍ଣ ହେବ ରାତି । ସାରା ରାଜ୍ୟରେ ଏବେ ଉପରମୁହାଁ ହୋଇଛି ପାରଦ । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ରୌଦ୍ର ତାପର ଅଧିକ ପ୍ରହାର । ଫେବୃଆରୀ ତୃତୀୟ ସପ୍ତାହ ବେଳକୁ ସ୍ବାଭାବିକ ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ହେବ ତାପମାତ୍ରା । ବର୍ତ୍ତମାନ କିଛି ସ୍ଥାନରେ ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାତି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଶେଷ କରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଗଜପତି ସମେତ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ତାତି ଅହେତୁକ ଭାବରେ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here