ଭାଙ୍ଗିଲା ରେକର୍ଡ : ୮ ଦିନରେ ୬.୯୮ ଲକ୍ଷ କଇଁଛ ଦେଲେ ଅଣ୍ଡା

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):-:ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନ ସ୍ଥଳୀର ମାନ୍ୟତା ପାଇଥିବା ଋଷିକୁଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ସରିଛି। ଚଳିତବର୍ଷ ଅଲିଭ୍‌ ରିଡ୍‌ଲେ ସର୍ବକାଳୀନ ରେକର୍ଡ କରିଛନ୍ତି। ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ପୂର୍ବରୁ କେବେ ଏତେସଂଖ୍ୟକ କଇଁଛ ଓଡ଼ିଶା ଉପକୂଳରେ ଅଣ୍ଡାଦାନ କରି ନଥିଲେ। ୨୦୨୨-୨୩ରେ ୬ ଲକ୍ଷ ୩୭ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ଚଳିତ ବର୍ଷ ଏହି ରେକର୍ଡ ଭାଙ୍ଗିଛି।

ଚଳିତ ବର୍ଷ ଅଣ୍ଡାଦାନ ପାଇଁ ପାଗ ଅନୁକୂଳ ରହିଥିଲା। ଏଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ୧୬ତାରିଖରୁ ଏହା ଆରମ୍ଭ ହୋଇଥିଲା। ଗୋଖରକୁଦାଠାରୁ ବଟେଶ୍ବର ପର୍ଯ୍ୟନ୍ତ ରହିଥିବା ବେଳାଭୂମିରେ କଇଁଛ ଅଣ୍ଡାଦାନ କରିଛନ୍ତି।

ଏହାସହିତ ୮ଦିନ ଧରି ଏହି ପ୍ରକ୍ରିୟା ଚାଲିଥିଲା। ଅଲିଭ୍‌ ରିଡ୍‌ଲେଙ୍କ ସଙ୍ଗମ ସରିବା ପରେ ଯେଉଁ ସ୍ଥାନକୁ ସେମାନେ ସୁରକ୍ଷିତ ମନେ କରିବେ ସେଠାରେ ଅଣ୍ଡାଦାନ କରିଥାନ୍ତି। ମାଈ କଇଁଛ ସମୁଦ୍ରକୂଳକୁ ଆସି ନିଜର ସୁରକ୍ଷିତ ସ୍ଥାନ ବାଛି ଅଣ୍ଡା ଦେଇଥାଏ। ଗୋଟିଏ ମାଈ ଅଲିଭ୍‌ ରିଡ୍‌ଲେ ୮୦ରୁ ୧୬୦ଟି ଅଣ୍ଡା ଦେଇଥାଏ। ଗୋଟିଏ ବସାର ଆକାର ୧ ଫୁଟ୍‌ ଗୋଲେଇ ଓ ଦେଢ଼ ଫୁଟ୍‌ ଗଭୀର ହୋଇଥାଏ। ଗଣଅଣ୍ଡାଦାନ ସରିବାର ପ୍ରାୟ ୫୦ଦିନ ପରେ ଅଣ୍ଡା ଫୁଟି ଛୁଆ ବାହାରିଥାନ୍ତି।

ଏହି ସମୟରେ ବନ ବିଭାଗ ତରଫରୁ ଋଷିକୁଲ୍ୟା ମୁହାଣ ବେଳାଭୂମି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ କରାଯାଇଥାଏ। ବର୍ତ୍ତମାନ ସେହି ଅଞ୍ଚଳ ବନ ବିଭାଗର ସୁରକ୍ଷା ବ୍ୟବସ୍ଥାରେ ରହିଛି।

LEAVE A REPLY

Please enter your comment!
Please enter your name here