ଶୀମନ୍ଦିର ପ୍ରଶାସନର ବିନା ଅନୁମତିରେ ପଞ୍ଜିକା ମନା

0

ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏଣିକି ପର୍ବପର୍ବାଣି, ଯାନିଯାତ ପାଳନରେ ରହିବନି ଦ୍ବନ୍ଦ୍ବ। ପଞ୍ଜିକା ଓ କ୍ୟାଲେଣ୍ଡରରେ ପର୍ବପର୍ବାଣି ପାଇଁ ଉର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ତାରିଖକୁ ନେଇ ବର୍ଷତମାମ ଦେଖାଯାଉଥିବା ଦ୍ବନ୍ଦ୍ବରେ ଲାଗିଛି ବିରାମ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛି। ବିଭିନ୍ନ ପଞ୍ଜିକାରଙ୍କ ସମେତ ପୂଜାପଣ୍ଡା ଓ ମୁକ୍ତିମଣ୍ଡପ ପଣ୍ଡିତଙ୍କୁ ନେଇ ହୋଇଥିବା ବୈଠକରେ ନିର୍ଭୁଲ ଓ ସଠିକ୍ ପଞ୍ଜିକା ପ୍ରସ୍ତୁତ ନେଇ ସହମତି ହୋଇଛି। ୫ ଜଣ ପଞ୍ଜିକାରଙ୍କୁ ଏଥିପାଇଁ ସ୍ବୀକୃତି ମିଳିଛି ।

ଶ୍ରୀ ରାଧାରମଣ ବିଶୁଦ୍ଧ ଖଡିରତ୍ନ ପଞ୍ଜିକା,ଓଡ଼ିଶା କୋହିନୁର ପ୍ରେସ ପଞ୍ଜିକା, ଅରୁଣଦୋୟ ପ୍ରେସ ଖଡ଼ିରତ୍ନ ପଞ୍ଜିକା,ଜି ଏ ନ ତ୍ରିପାଠୀ ଉତ୍କଳ ଜାତୀୟ ଖଡ଼ିରତ୍ନ ପଞ୍ଜିକା, ଭାଗ୍ୟଦୀପ ପଞ୍ଜିକା ପାଣ୍ଡୁଲିପି ଦାଖଲ କରିଛନ୍ତି। ତେବେ ପଞ୍ଜିକାରେ କୌଣସି ଭୁଲ ବା ତ୍ରୁଟି ରହିଲେ କାର୍ୟ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ପାଳିତ ନୀତିକାନ୍ତି ପାଇଁ ମୁକ୍ତିମଣ୍ଡପ ଅନୁମୋଦିତ ପଞ୍ଜିକାକୁ ଗ୍ରହଣ କରାଯାଏ। ତେଣୁ କ୍ୟାଲେଣ୍ଡର ବଦଳରେ ସ୍ବୀକୃତିପ୍ରାପ୍ତ ପାଞ୍ଜିର ବ୍ୟବହାର ପାଇଁ କହିଛନ୍ତି ପୂଜାପଣ୍ଡା ସେବାୟତ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତ୍ରୁଟିଶୂନ୍ୟ ପଞ୍ଜିକା ପ୍ରସ୍ତୁତ ପାଇଁ ନିଆଯାଇଥିବା ପଦକ୍ଷେପକୁ ସେବାୟତ ଓ ପଞ୍ଜିକାର ସ୍ବାଗତ କରିଛନ୍ତି l ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମୋଦନରେ ପଞ୍ଜିକା ବା କ୍ୟାଲେଣ୍ଡର ପ୍ରସ୍ତୁତ କରୁଥିଲେ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପଞ୍ଜିକାର।

LEAVE A REPLY

Please enter your comment!
Please enter your name here