ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ପାଇଁ ଆଜିଠୁ ଆରମ୍ଭ ହେବ ପଞ୍ଜୀକରଣ । ଅଗଷ୍ଟ ୧୫ ତାରିଖ ସୁଦ୍ଧା ଏହି କାର୍ଡ ବଂଟନ କରାଯିବ । ଏହି କାର୍ଡକୁ ଶିକ୍ଷାର୍ଥୀମାନେ ସ୍ମାର୍ଟକାର୍ଡ ଭାବେ ବ୍ୟବହାର କରିବେ । ଏହି କାର୍ଡ ଆବେଦନ ପାଇଁ ଆଜି ଏକ ସ୍ୱତନ୍ତ୍ର ପୋର୍ଟାଲର ଲୋକାର୍ପଣ କରାଯିବ । ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଧାରରେ ଏହି କାର୍ଡକୁ ଅପ୍ଗ୍ରେଡ୍ କରାଯିବ । ସିଲଭର, ଗୋଲ୍ଡ ଓ ପ୍ଲାଟିନମ୍ ସ୍ତର ଯାଏଁ ଅପଡେଟ୍ କରାଯାଇପାରିବ ।ଏହି କାର୍ଡରେ ଛାତ୍ରଛାତ୍ରୀ ବସ୍, ଟ୍ରେନ୍, ବିମାନବନ୍ଦରରେ ଯାତ୍ରା କରିବା ସମୟରେ ରିହାତି ପାଇବେ । ଏଥିସହ ମାଗଣା ୱାଇଫାଇ, ଅନ୍ଲାଇନ୍ କୋର୍ସ, ଫୋନ୍, ଡାଟା ରିଚାର୍ଜ, ଇ-ଲାଇବ୍ରେରୀ, ଦକ୍ଷିତା ବିକାଶ ପାଠ୍ୟକ୍ରମ, କୋଚିଂ ଭଳି ବିଭିନ୍ନ ଏକାଡେମିକ୍ କ୍ଷେତ୍ରରେ ସହାୟକ ହେବ ।
କ୍ୟାରିୟର କାଉନ୍ସେଲିଂ, ଭାଷା ପାଠ୍ୟକ୍ରମ, ସ୍ୱେଚ୍ଛାସେବୀ କ୍ଷେତ୍ରରେ ସହାୟକ ହେବ । ଏହା ସହ ପିଲାମାନେ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ସମୟରେ ଏହି କାର୍ଡ ଦେଖାଇ ଷ୍ଟାଡିୟମ୍ ବୁଲି ପାରିବେ ।ଏହି କାର୍ଡ ଜରିଆରେ ଯୁବଶକ୍ତିଙ୍କ ସମସ୍ତ ସ୍ବପ୍ନ ସାକାର ପାଇଁ ସହାୟତା ଯୋଗାଇ ଦିଆଯିବ ।