ରେଖା ଗୁପ୍ତା ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି l ଶେଷରେ ଦିଲ୍ଲୀ ପାଇଲା ନିଜ ନୂଆ ମୁଖ୍ୟମନ୍ତ୍ରୀ । ରେଖା ଗୁପ୍ତା ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନାମ ଘୋଷଣା ସରିଛି । ନାଁ ଘୋଷଣା ପରେ ରେଖା ଗୁପ୍ତାଙ୍କ ହାତରେ ରହିବ ଦିଲ୍ଲୀର ଶାସନ ଭାର । ବହୁ କଳ୍ପନା ଜଳ୍ପନା ପରେ ଶେଷରେ ରେଖାଙ୍କ ନାଁରେ ବାଜିଲା ମୁଖ୍ୟମନ୍ତ୍ରୀ ମୋହର । ତେବେ ଆଜି ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ନେଇ ଜୋରଦାର ଚାଲିଥିଲା ମାନସ ମନ୍ଥନ । ଦିଲ୍ଲୀ ବିଜେପି ମୁଖ୍ଯାଳୟରେ ହଲଚଲ ହୋଇଥିଲା । ଆଉ ଶେଷରେ ଦିଲ୍ଲୀ ଦରବାର ପାଇଁ ମୁଖ୍ଯମନ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି । ଆସନ୍ତାକାଲି ହେବ ନୂଆ ମୁଖ୍ଯମନ୍ତ୍ରୀଙ୍କ ଶପଥ ସମାରୋହ । ରାମଲୀଳା ମୈଦାନରେ ଭବ୍ୟ ଶପଥ ସମାରୋହ ।

LEAVE A REPLY

Please enter your comment!
Please enter your name here