ଦିଲ୍ଲୀ ସିଂହାସନରେ ରେଖା ରାଜ,କିଏ ଏହି ରେଖା…..?

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଜନ୍ମ ୧୯୭୪ ମସିହା ଜୁଲାଇ ୧୯ ତାରିଖ ହରିୟାଣାର ଜୁଲାନା,ଦିଲ୍ଲୀ ବିଶ୍ବ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ,ପରେ ମ୍ୟାନେଜମେଣ୍ଟ ଆଣ୍ଡ ଆର୍ଟରେ ମାଷ୍ଟର,ଏହାପରେ ୧୯୯୩ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ସେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬-୯୭ରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ଅଧ୍ୟକ୍ଷା ବନିଥିଲେ । ୨୦୦୭ ଓ ୨୦୧୨ରେ ଉତ୍ତର ପିତମପୁରାରୁ କର୍ପୋରେଟର ଭାବେ ଜିତିଥିଲେ । ଏହାପରେ ୨୦୨୨ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ବିଜେପିରୁ ମେୟର ପ୍ରାର୍ଥୀ ହୋଇଥିଲେ । ସେ ନିଜକୁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜଣେ ସେବିକା ଭାବରେ ମଧ୍ୟ ଅନେକ ଜନ ହିତକର କାର୍ଯ୍ୟ କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି l

 

ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ରାଜ । ଗୁରୁବାର ରାମଲିଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା । ପ୍ରଥମ ଥର ବିଧାୟିକା ତାହା ପୁଣି ଦିଲ୍ଲୀ ଶାଲିମାର ବାଗ ବିଧାନସଭା ଆସନରୁ ବିଧାୟିକା ଭାବେ ଜିତିଛନ୍ତି ରେଖା,ଆପ ନେତାଙ୍କୁ ୨୯ ହଜାର ୫୯୫ ଖଣ୍ଡ ଭୋଟରେ ପରାସ୍ତା କରି, ହେବିଓ୍ବେଟଙ୍କୁ ପଛରେ ପକାଇ ଦିଲ୍ଲୀ ସିଂହାସନରେ ବସିବାକୁ ସକ୍ଷମ ହୋଇଛନ୍ତି l

 

ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଧାୟିକା ଭାବେ ପ୍ରଥମ ଥର ଜିତିଛନ୍ତି ରେଖା । ନିଜ ରାଜନୈତିକ କ୍ୟାରିୟରରେ ରେଖା ମହିଳା କଲ୍ୟାଣ, ଶିକ୍ଷା ସୁଧାର ଓ ସାମୂହିକ ବିକାଶ ଉପରେ ଗୁରୁତ୍ବ ଦେଇଥିଲେ । ସେ ବିଭିନ୍ନ ଅଞ୍ଚଳରେ ସୁଇମିଂ ପୁଲ, ଜିମ୍, ଲାଇବ୍ରେରୀ ଓ କମ୍ୟୁନିଟି ହଲ ପରି ସୁବିଧା ସାଧାରଣ ଲୋକଙ୍କ ପାଇଁ କରିଥିଲେ । ଏହାବାଦ ସେ ମହିଳା ଓ ପିଲାଙ୍କ ପାଇଁ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରିଥିଲେ । ଏହାସହ କନ୍ୟା ଭ୍ରୁଣ ହତ୍ୟା ଓ ଶିଶୁ ଶ୍ରମିକ ବିରୋଧରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ ବର୍ତମାନର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା l ବାସ୍ତବରେ ସେ ଜଣେ ସାହସୀ, ଅଭିଜ୍ଞତା ରଖିଥିବା ମହିୟସୀ, ଯୋଦ୍ଧା, ରାଜନୀତିରେ ପାରଦର୍ଶିତା ରଖିଥିବା ମହିଳା ଜଣେ, ଯାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇଁ ପୁରା ରାଜଧାନୀ ସହ ଦେଶ ଗର୍ବିତ l

LEAVE A REPLY

Please enter your comment!
Please enter your name here