ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ହିତାଧିକାରୀଙ୍କ ଆକାଉଣ୍ଟରେ ସହାୟତା ରାଶି ପହଞ୍ଚିବ, ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବାତ୍ୟା ‘ଦାନା’ ପ୍ରଭାବିତଙ୍କୁ କ୍ଷତିପୂରଣ ପ୍ରଦାନ କଲେ ରାଜ୍ୟ ସରକାର । ସପ୍ତାହକ ମଧ୍ୟରେ ସେମାନଙ୍କ ଆକାଉଣ୍ଟରେ ସହାୟତା ରାଶି ପହଞ୍ଚିବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ l ପ୍ରଭାବିତଙ୍କୁ ୪୨୩ କୋଟି କ୍ଷତିପୂରଣ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଅନଲାଇନ ଜରିଆରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାପାଳଙ୍କୁ ଅର୍ଥ ପ୍ରଦାନ କରାଯାଇଛି । “ଆସନ୍ତା ୭ ଦିନ ମଧ୍ୟରେ ଏହା ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଟାଇମ ଫ୍ରେମ ରଖିଛନ୍ତି । ଆଜି ସନ୍ଧ୍ୟାରେ ଅନଲାଇନରେ ପଠାଯାଇଛି ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ଟଙ୍କା । ଗତକାଲି ବିଭିନ୍ନ ଜିଲ୍ଲା ଓ ବିଭାଗରୁ କ୍ଷୟକ୍ଷତିର ଆକଳନ ପହଞ୍ଚିଥିଲା । ସାମଗ୍ରିକ ଭାବେ ଓଡି଼ଶାରେ ଲୋକଙ୍କ ଫସଲ ଓ ଚାଷ କ୍ଷୟକ୍ଷତି ଏବଂ ବିଭାଗର କ୍ଷୟକ୍ଷତିର ଚୂଡାନ୍ତ ଆକଳନ ହୋଇଛି ” ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, ୬୧୬ କୋଟି ୧୯ ଲକ୍ଷ ୩୦ ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିଲା । ଜଳସମ୍ପଦ ବିଭାଗର ଅତିରିକ୍ତ କ୍ଷତିର ରିପୋର୍ଟ ହସ୍ତଗତ ହୋଇଛି । ଜାତୀୟ ବିପର୍ଯ୍ୟୟ ରିଲିଫ ଫଣ୍ଡ ଓ ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ କ୍ଷତିପୂରଣ ଦିଆଯିବ । ବିଭିନ୍ନ ଜିଲ୍ଲାରେ ବାତ୍ୟା ଏବଂ ବନ୍ୟା କ୍ଷୟକ୍ଷତି ବାବଦରେ ୪୨୩ କୋଟି ୪ ଲକ୍ଷ ୫୫୩ ଟଙ୍କା ପ୍ରଦାନ କରାଯାଇଛି । ଅନଲାଇନ ମାଧ୍ୟମରେ ଏହି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବିଭିନ୍ନ ବିଭାଗର କ୍ଷତିପୂରଣ ମଧ୍ୟ ଅନଲାଇନରେ ଯାଇଛି । କ୍ଷତିଗ୍ରସ୍ତଙ୍କୁ ଟଙ୍କା ପ୍ରଦାନ କରିବେ ଜିଲ୍ଲାପାଳ । ଏହି ଅର୍ଥ ପ୍ରଦାନ ପ୍ରକ୍ରିୟା ଆସନ୍ତା ୭ ଦିନ ଭିତରେ ସରିବ ।

LEAVE A REPLY

Please enter your comment!
Please enter your name here