ପାଣି ପାଇଁ ପାଶ୍ଚାତ୍ୟ ପରମ୍ପରା ଆପଣାଉଛନ୍ତି ଆଶ୍ରୟଗଡ଼ ଓ ଗୁମ୍ମା ଗ୍ରାମବାସୀ;ବିଷାକ୍ତ ପାଣିରେ ରୋଗାକ୍ରାନ୍ତ ଆଶଙ୍କା

0

ଗୁମ୍ମା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।ଆଗକୁ ମଧ୍ୟ ଖରା ବଢିଚାଲିଥିବା ବେଳେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଆଶ୍ରୟଗଡ଼ ଓ ଗୁମ୍ମା ଗ୍ରାମବାସୀ।ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ସରକାର ତୋହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।ମୂଖ୍ୟତଃ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ତତ୍ପରତା ଦେଖାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକରେ ପାଣି ପାଇଁ ପାଶ୍ଚାତ୍ୟ ପରମ୍ପରା ଆପଣାଉଛନ୍ତି ଗ୍ରାମବାସୀ।

ସୂଚନାଯୋଗ୍ୟ ଯେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ପଞ୍ଚାୟତ ଅଧିନସ୍ତ ଆଶ୍ରୟଗଡ଼ ଓ ଗୁମ୍ମା ଖ୍ରୀଷ୍ଟିଆନ ସାହିରେ ୫ଫୁଟ ଗଭୀର ମାଟି ତଳେ ପିଇବା ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

ପାଇପ ଯୋଗେ ଆସୁଥିବା ପାଣିକୁ ଗ୍ରାମବାସୀ ମାନେ ଘର ସାମ୍ନାରେ ୫ ରୁ ୬ ଫୁଟ ଗଭୀର ଚୁଆଁ ଖୋଳି ପିଇବା ପାଣି ବ୍ୟବହାର କରୁଥିବା ବେଳେ ଦିନେ ପାଣି ଆସିଲେ ବାକି ପାଞ୍ଚ ଦିନ ପରେ ପାଣି ଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ସୁନିତ ପରିଚ୍ଛା, ଜାନକୀ ପାଣି,ଝୁନି ଗାଁଠା,ବାବୁନା ଜେନା,ସୁନିତା ପାଣି,ଅଜିଓ ବଡ଼ ନାୟକ, ମାଇକେଲ ଷଡ଼ଙ୍ଗୀ,ଦାନିଏଲ ଓ ସ୍ମୃତି ପରିଚ୍ଛା କହିଛନ୍ତି।ପୂର୍ବରୁ ଯେମିତି ଲୋକେ ପିଇବା ପାଣି ପାଇଁ ନଦୀ କୂଳରେ ଚୁଆଁ ପାଣି ବ୍ୟବହାର କରୁଥିଲେ ଠିକ ସେହିପରି ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା ମନୋଭାବ ଯୋଗୁଁ ଆଜି ଲୋକେ ପାଣି ପାଇଁ ପାଶ୍ଚାତ୍ୟ ପରମ୍ପରା ଆପଣାଉଛନ୍ତି ଏବଂ ବିଭିନ୍ନ ସମୟରେ ରୋଗାକ୍ରାନ୍ତ ହେଉଥିବା ଆଶଙ୍କା ରହିଛି ବୋଲି ଦୁଃଖ ପ୍ରକାଶ କରିଛନ୍ତି ଉଭୟ ଗ୍ରାମବାସୀ।

ଏଠାରେ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି ଯେ ଡିଜିଟାଲ ଯୁଗରେ ଯଦି ଲୋକେ ପାଣି ପାଇଁ ପାଶ୍ଚାତ୍ୟ ପରମ୍ପରା ଆପଣାଈବେ ତେବେ ଆଉ କେତେ ବର୍ଷ ପରେ ଘରେ ଘରେ ପାଣି ପାଇବେ ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହୃଷିକେଶ ମାରାଣ୍ଡିଙ୍କୁ ବହୁ ବାର ଯୋଗାଯୋଗ ପରେ ମଧ୍ୟ କୌଣସି ଉତ୍ତର ଦେଇନଥିଲେ।

LEAVE A REPLY

Please enter your comment!
Please enter your name here