ସୁଖିଗଲା ମହେନ୍ଦ୍ରତନୟା ଚିନ୍ତାରେ ଅଞ୍ଚଳ ବାସିନ୍ଦା 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):-  ଗ୍ରୀଷ୍ମ ଋତୁର ଆରମ୍ଭ ରୁ ହିଁ ଶୁଖିଗଲା ଚିରସ୍ରୋତା ମହେନ୍ଦ୍ରତନୟା । ଦାଉ ଦାଉ ଖରାରେ ଆଉଟୁ ପାଉଟୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବାସିନ୍ଦା | ଦିନ ବଢୁବଢୁ ୩୮ପାର ହେଉଛି ପାରା | ପାନୀୟ ଜଳ କଷ୍ଟ ସାଙ୍ଗକୁ ପନିପରିବା ଚାଷିଙ୍କୁ ମଧ୍ୟ ଦାଉ ସାଜୁଛି ଖରା । ପାରଳାଖେମୁଣ୍ଡିର ଲାଇଫ ଲାଇନ କୁହାଯାଉଥିବା ମହେନ୍ଦ୍ରତନୟା ନଦୀ ସୁଖିଲା ଭୂଇଁ ସାଜିଛି ପାରଳାଖେମୁଣ୍ଡି ଠାରେ । ମହେନ୍ଦ୍ରଗିରିରୁ ପ୍ରବାହୀତ ହେଉଥିବା ଏହି ନଦୀ ବର୍ଷ ବର୍ଷ ଧରି ରାୟଗଡ, ଗୋଷାଣୀ ବ୍ଲକ ସମେତ ପାରଳାଖେମୁଣ୍ଡି ପୌରଞ୍ଚଳର ତୃଷ୍ଣା ମେଣ୍ଟାଇବା ସହ ଚାଷ ପାଇଁ ସହାୟକ ଆସୁଛି ।

ଦୀର୍ଘ ୯୦ କିଲୋମିଟର ପ୍ରଭାହୀତ ହେଉଥିବା ଏହି ନଦୀ ଆନ୍ଧ୍ରପ୍ରଦେଶର ଶ୍ରାକାକୁଲମ ଜିଲ୍ଲାର ବହୁ ଅଞ୍ଚଳରେ ପ୍ରବାହୀତ ହୋଇ ବାରୁଆ ଠାରେ ସମୁଦ୍ରରେ ଲିନ ହେଉଛି | ତେବେ ଚଳିତ ବର୍ଷ କିନ୍ତୁ ପ୍ରସାସନର ଚରମ ଅବହେଳା ଯୋଗୁଁ ପାରଳାଖେମୁଣ୍ଡି ପହଞ୍ଚୁପହଞ୍ଚୁ ନଦୀ ସୁଖିଯାଇଛି | ପ୍ରତ୍ୟେକ ବର୍ଷ ଆଡିବନ୍ଧ କରାଯାଇ ପାଣିକୁ ରୋକାଯାଉଥିଲା କିନ୍ତୁ ଚଳିତ ବର୍ଷ ତାହା ନହେବାରୁ | ନଦୀକୂଳରେ ଥିବା ଶ୍ମସାନ ଘାଟରେ ସ୍ନାନ ପାଇଁ ପାଣି ମଧ୍ୟ ନାହିଁ । ପାରଳାଖେମୁଣ୍ଡି ଆଖ ପାଖରେ ଥିବା ଜମୀ ଗୁଡିକ ଫାଟି ଆଁ କଲାଣି ।

ନଦୀରେ ଫୁଟେରୁ କମ ପାଣି ରହିଥିବା କେରାଣ୍ଡି ଅଞ୍ଚଳରେ ସହସହ ଏକର ଚାଷ ଜମୀ ଆଦ୍ରତା ହରାଇ ପନୀପରିବା ସମେତ ମକାଚାଷ ଠିଆ ଠିଆ ପୋଡିଗଲାଣି । ଅନ୍ୟ ପକ୍ଷରେ ସହର ଉପକଣ୍ଠରେ ଚାଷ ଜମିରେ ଜଳସେଚନ ପାଇଁ ନିର୍ଭର କରୁଥିବା ରାମ ସାଗର ମଧ୍ୟ ମରାମତି କାର୍ଯ୍ୟ ନିମନ୍ତେ ଶୁଖାଇ ଦିଆଯାଇଛି ଫଳରେ ଚଳିତ ବର୍ଷ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଏପ୍ରକାର ଥୟ । ସେପଟେ ଜଳ ସେଚନ ବିଭାଗ କିନ୍ତୁ ନିଘୋଡ଼ ନିଦ୍ରାରେ , ବଡ ବଡ ଅଟ୍ଟାଳିକା ନିର୍ମାଣରେ କାର୍ଯ୍ୟାଳୟ ଚକାଚକ କରି ଏସି ରୁମ ଭିତରେ ବସି କାର୍ଯ୍ୟ ସାରି ଦେଉଛନ୍ତି ଅଧିକାରୀ , ଜଳସେଚନ ସମସ୍ୟା ର ସମାଧାନ କରିବା ତ ଦୂରର କଥା ଚାଷୀଙ୍କ ସମସ୍ୟା ସଂପର୍କରେ ଅବଗତ ପାଇଁ ବାବୁଙ୍କ ପାଖରେ ସମୟ ନାହିଁ । କ୍ଷେତ୍ର ପରିଦର୍ଶନର ଆବଶ୍ୟକତା ନାହିଁ ।

ନା ଉଠାଜଳସେଚନ ପ୍ରକଳ୍ପ କାମକରୁଛି ନା ଆବଶ୍ୟକ ପରିମାଣର ବର୍ଷା ହେଉଛି , ଏଭଳି ପରିସ୍ଥିତିରେ  ସବୁ କିଛି ଭଗବାନଙ୍କ ଉପରେ ଛାଡି ଦେଇଛନ୍ତି ଲୋକେ l

LEAVE A REPLY

Please enter your comment!
Please enter your name here