୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା : ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ନଦୀ ମୁହାଣ ଓ ସମୁଦ୍ରରେ ମାଛଧରା ନିଷେଧ କରାଯାଇଛି lବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗୁ ହୋଇଛି କଟକଣା l ୭ ମାସ ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଜାରି କରାଯାଇଛି lମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ନିଷେଧ କରାଯାଇଛି। ଏଥିସହ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମାଛ ଧରିବା ଉପରେ ରୋକ୍।

ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଜାରି ହୋଇଛି କଟକଣା । ନଭେମ୍ବର ୧ ତାରିଖ ଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥାକୁ ଶହ ଶହ ନଟିକାଲ ମାଇଲ ଅତିକ୍ରମ କରି ଅଲିଭ ରିଡଲ କଇଁଛ ସେମାନଙ୍କ ବଂଶ ବିସ୍ତାର ପାଇଁ ଆସିଥାନ୍ତି। କଇଁଛ ମାନେ ପ୍ରଜନନ କରିବା ପରେ ଅଣ୍ଡା ଦେଇ ଛୁଆ ହେବା ପରେ ପୁଣି ନିଜ ନିଜ ଅଞ୍ଚଳକୁ ଫେରିଯାଇଥାନ୍ତି। ଟ୍ରଲର ଚଳାଚଳ ଫଳରେ କଇଁଛ ମରୁଥିବାରୁ ବନ ବିଭାଗ ଉକ୍ତ ଅଂଚଳରେ ପେଟ୍ରୋଲିଙ୍ଗ କଡାକଡୀ କରିବା ଦେଖିବାକୁ ମିଳୁଛି l

LEAVE A REPLY

Please enter your comment!
Please enter your name here