ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ରାଜ୍ୟ ରେ ରେଗୁଲାର ନର୍ସିଂ କର୍ମଚାରୀ ମାନେ ଆନ୍ଦୋଳନ କୁ ଓଲ୍ହାଇଥିବା ବେଳେ ବର୍ତ୍ତମାନ ଆଉଟସୋର୍ସିଙ୍ଗ ଓ ଘରୋଇ ନର୍ସିଂ କର୍ମଚାରୀ ମାନଙ୍କ ଭରସା ରେ ସ୍ୱାସ୍ଥ୍ୟସେବା ଚାଲିଛି I କିନ୍ତୁ ସରକାର ଙ୍କ ଅଜବ ନୀତି ଓ ନର୍ସିଂ ଆସୋସିଏସନ ର ଦାବୀ ପ୍ରକାରେ ସରକାର ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କୁ ନିକଟ ରେ ଛଟେଇ ନିର୍ଦେଶ ଦେଇଛନ୍ତି I ଯାହାକୁ ନେଇ ଉଭୟ ସରକାରୀ ଓ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘ ମଧ୍ୟରେ ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହୋଇଛି I
ସ୍ଥାନୀୟ ଗଞ୍ଜାମ କଳା ପରିଷଦ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ଆଉଟସୋର୍ସିଙ୍ଗ ନର୍ସିଂ କର୍ମଚାରୀ ସଙ୍ଘ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନର୍ସିଂ ମାନଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ନିନ୍ଦା କରିବା ସହ ଛଟେଇ ସମସ୍ତ ଆଉଟସୋର୍ସିଙ୍ଗ ପାରା ମେଡିକାଲ ଷ୍ଟାଫ ଙ୍କୁ ପୁନଃ ନିଯୁକ୍ତି ଦାବୀ କରିଛି ନଚେତ ଆସନ୍ତା ଅକ୍ଟୋବର ୪ରେ ଆନ୍ଦୋଳନ କୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛି I