ଗୁମ୍ମାରେ କଂଗ୍ରେସର ସାଙ୍ଗଠନିକ ଦକ୍ଷତା ବୃଦ୍ଧି ଉପରେ ସମୀକ୍ଷା ଓ ବନ୍ଧୁତା ସାକ୍ଷାତକାର

0

ଗଜପତି, ଗୁମ୍ମା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡ଼ିଶା ପ୍ରଦେଶ କଂଗ୍ରେସ ସଯୋଜକ ତଥା ମୁଖପାତ୍ର ଅମୀୟ ପାଣ୍ଡବ ଓ ଅଖିଳ ଭାରତ କଂଗ୍ରେସ କମିଟି କେନ୍ଦ୍ରୀୟ ସମ୍ପାଦକ ମାନସ ଚୌଧୁରୀ ସମବାର ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଦକ୍ଷତା ବୃଦ୍ଧି ସମ୍ପର୍କରେ ଗୁମ୍ମା ବ୍ଲକରେ ସମୀକ୍ଷା କରିଛନ୍ତି।ସଙ୍ଗଠନକୁ କିଭଳି ତୃଣମୂଳସ୍ତରରେ ଅଧିକ ମଜବୁତ୍‌ କରାଯାଇପାରିବ ସେ ସମ୍ପର୍କରେ କଂଗ୍ରେସର କର୍ମକର୍ତ୍ତାଙ୍କ ମତାମତ ଲୋଡ଼ିଥିଲେ।ଜିଲ୍ଲା କଂଗ୍ରେସ କମିଟି ନୂତନ ସଭାପତି ଓ କର୍ମକର୍ତ୍ତା ଚୟନ ସମ୍ପର୍କରେ ମଧ୍ୟ କର୍ମୀମାନଙ୍କଠାରୁ ମତାମତ ଲୋଡ଼ିଥିଲେ।ଖୁବଶୀଘ୍ର ବ୍ଲକ ସାଙ୍ଗଠନିକ କମିଟି ଚୟନ କରାଯିବ ବୋଲି ଶ୍ରୀ ପାଣ୍ଡବ ପ୍ରତିଶ୍ରୁତି ଦେଇଥିଲେ।ରାଜ୍ୟରେ ବିଜେପି ସରକାର ଆସିବା ପରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଏବଂ ସରକାରୀ ପରିଚାଳନାରେ ବ୍ୟାପକ ତ୍ରୁଟି ରହିଥିବା ବେଳେ ରାଜ୍ୟରେ ବିଜେପି ସରକାର ଆଦିବାସୀ ଓ ଦଳିତ ମାନଙ୍କୁ ଉଦେଶ୍ୟ ମୂଳକ ଭାବେ ହଇରାଣ ହରକତ କରୁଛି ତେଣୁ ଆସନ୍ତା ପଞ୍ଚାୟତ ନିର୍ବାଚନରେ ଆମେ ଏହାର ଉଚିତ ଜବାବ ଦେବା ସହ କଂଗ୍ରେସକୁ ତୃଣମୂଳ ସ୍ତରରେ ସଙ୍ଗଠନ କରାଯିବା ଆବଶ୍ୟକ ରହିଛି ବୋଲି କଂଗ୍ରେସ କର୍ମୀମାନଙ୍କୁ ଆବାହନ ଦେଇଥିଲେ ମାନସ ଚୌଧୁରୀ।ଆଲୋଚନାରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରେମିକା ରଈତ,ପୂର୍ବତନ ସରପଞ୍ଚ ଏନଶ ଶବର,ସିମୀୟ ଭୂୟାଁ,ସାନିଆ ନାୟିକା,ଏଭିଜନ କାଲଭିନ ମଣ୍ଡଳ,ଡ଼ଃ ପୋଲବ କୁମାର ଲିମ୍ମା,ମୁନ୍ନା ଜେନା,ପାଉଲ ପାଣି,ଦେବରାଜ ଜେନା ଓ ଗାୟ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇଥିଲେ।ସମାଜସେବୀ କାଲବୀନ ଏଭିଜନ ମଣ୍ଡଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here