ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲା ଛତ୍ରପୂର ସ୍ଥିତ ସର୍କିଟ ହାଉସ ଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତୀ କୃଷ୍ଣ ଚନ୍ଦ୍ର ପାତ୍ର ଧାନ କିଣା ଓ ରାଶନ କାର୍ଡ ପାଇଁ ଇ-କେୱାସି ର ଅଗ୍ରଗତି, ଶୀତଳ ଭଣ୍ଡାର ନିର୍ମାଣ ଆଦି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି । ଗରୀବ ଲୋକ କିଭଳି ରାଶନ କାର୍ଡ ପାଇବେ ସେଉପରେ ମନ୍ତୀ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଆୟକରଦାତା ମାନେ ରାଶନ କାର୍ଡ ହାତେଇଛନ୍ତି ତାର ଫିଜିକାଲ ଯାଂଚ ପାଇଁ କୁହାଯାଇଛି । ଗରୀବ ଲୋକ ଙ୍କ ଆୟ କମ ଥିବ ସେମାନଙ୍କ ରାଶନ କାର୍ଡ କଟିବନି ଏବଂ ଯାହାର ଅଧିକ ଆୟ ଥିବ ତାର ରାଶନ କାର୍ଡ କଟିବ । ଏକ ପ୍ରତିଶତ ସରକାରୀ ଚାକିରୀଆ ମାନଙ୍କ ରାଶନ କାର୍ଡ କଟିଛି । ଅନ୍ୟ ସରକାରୀ ଚାକିରୀଆ ମାନେ ମଧ୍ୟ ସେମାନଙ୍କ ରାଶନ କାର୍ଡ ସରେଣ୍ଡର କରିବାକୁ କୁୂହାଯାଇଛି । ପକୃତ ଗରୀବ ଲୋକେ ରାଶନ କାର୍ଡ ପାଉ ବୋଲି ସରକାର ଚାହୁଁଛନ୍ତି । ଅଯୋଗ୍ୟ ମାନେ ରାଶନ କାର୍ଡ ଫେରାଇବା ପାଇଁ ଅପିଲ କରିଛୁ ଏବଂ ଯେଉଁମାନେ ଫେରାଇବେନି ତାର ଯାଂଚ କରି କଟାଯିବ ବୋଲି ମନ୍ତୀ ସୂଚନା ଦେଇଛନ୍ତି । ମାର୍ଚ୍ଚ ୩୧ ସୁଦ୍ଧା ଇ-କେୱାସି କରାଇନିଅନ୍ତୁ ଏବଂ ଯେଉଁମାନେ ଉକ୍ତ ସମୟ ସୀମା ମଧ୍ୟରେ କରିବେନାହିଁ ସେମାନଙ୍କ ରାଶନ କାର୍ଡ କଟିଯିବ ବୋଲ ମନ୍ତୀ କହିଛନ୍ତି । ବାହାର ରାଜ୍ୟରେ ଥିବା ଦେଢ ଲକ୍ଷ ଲୋକଙ୍କୁ ଇ-କେୱାସି କରିଛୁ । ଗଂଜାମ ଜିଲାରେ ଟମାଟ ପରେ କଂଚା ଲଙ୍କା ର ଅଭାବୀ ବିକ୍ରୀ ଲାଗି ଚାଷୀ ହନ୍ତସନ୍ତ ହେଉଛନ୍ତି । ଜିଲାରେ ବ୍ରହ୍ମପୁର, ଛତ୍ରପୂୁର ଓ ଭଂଜନଗର ସବଡିଭିଜନରେ ଗୋଟିଏ ଲେଖାଏଁ ସମୁଦାୟ ୩ଟି ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି । ଏନେଇ ଟଙ୍କା ଆସିଯାଇଛି ଏବଂ ଖୁବଶୀଘ୍ର ଟେଣ୍ଡର ହେବ । ଜିଲାରେ ୯୦ ପ୍ରତିଶତ ଧାନ କିଣା ହୋଇଛି ଏବଂ ୭ ଦିନ ମଧ୍ୟରେ ଏହି ଧାନ କିଣା ସରିଯିବ । ଧାନ କିଣା ପ୍ରକ୍ରିୟା ରେ ଜିଲାର ଅଫିସର ମାନେ ଭଲ କାମ କରିଛନ୍ତି ଏବଂ ଏନେଇ ମନ୍ତୀ ଧନ୍ୟବାଦ ଦେଇଥିଲେ । ଧାନ କିଣାରେ ତୃଟି ନେଇ ୪୦ ରୁ ଉର୍ଦ୍ଧ୍ୱ ମିଲର ଏବଂ ଅନ୍ୟ କେତେକ ଅଧିକାରୀ ମାନଙ୍କୁ କାରଣ ଦର୍ଶାଅ ନୋଟିସ ମଗାଯାଇଥିବା ସେ ସୂଚନା ଦେଇଛନ୍ତି । ଉକ୍ତ ବୈଠକରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ଗଂଜାମ ଜିଲାପାଳ ଦିବ୍ୟଜ୍ୟୋତ ପରିଡା, ଜିଲାପରିଷଦ ମୁଖ୍ୟ ଉର୍ନ୍ନୟନ ଅଧିକାରୀ ମଧୁମିତା, ଛତ୍ରପୂର ଉପଜିଲାପାଳ ଶିବାଶିଷ ବରାଳ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା ଙ୍କ ସମେତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ l