ବାଙ୍ଗିରିପୋଷି ଘାଟି ଉପରେ ଟ୍ୟାଙ୍କର-ଟ୍ରକ୍ ଧକ୍କା, ଜିଅନ୍ତା ଜଳିଗଲେ ଡ୍ରାଇଭର

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଆଜି ୪୯ ନମ୍ୱର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବାଙ୍ଗିରିପୋଷି ଘାଟି ଉପରେ ଘଟିଛି ଏହି ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ତେଲ ଟ୍ୟାଙ୍କର ଜଳିଯିବା ସହ ଟ୍ୟାଙ୍କର ଡ୍ରାଇଭର ମଧ୍ୟ ଜଳିଯାଇଛନ୍ତି । ତେବେ ଅନ୍ୟ ଏକ ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଉ ଥିବା ବେଳେ ଘଟଣା ସ୍ଥଳରେ ବାଙ୍ଗିରିପୋଷି ଥାନା ପୋଲିସର ତଦନ୍ତ ଜାରି ରଖିଛି ।

ସୂଚନା ଯୋଗ୍ୟ, ବାଙ୍ଗିରିପୋଷି ଘାଟିରେ ସକାଳୁ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ । ପରିସ୍ଥିତି ଏମିତି ଭୟାଭୟ ହୋଇଥିଲା ଯେ, ଉଭୟ ଗାଡି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିପଡିଥିଲେ । ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଜଣକ ଜଳିଯାଇଥିଲେ l

LEAVE A REPLY

Please enter your comment!
Please enter your name here