ଛେଳିଗଡ଼ ( ବିପ୍ଲବୀ ପରିକ୍ରମା ):- ଜଳ ସମସ୍ୟା ନେଇ ବହୁବାର ବିଧାୟକ ଦାଶରଥିଙ୍କୁ ଜଣାଇଥିଲେ ଛେଳିଗଡ଼ ଗ୍ରାମବାସୀ କିନ୍ତୁ ସମାଧାନ ହୋଇପାରିନି l ଯାହାକୁ ନେଇ ରବିବାର ସକାଳୁ ରାସ୍ତା ରେ ହାଣ୍ଡି ମାଠିଆ ରଖି ମହିଳା ମାନେ ପାଣି ପାଇଁ ରାସ୍ତା ରୋକ କରିଥିଲେ l
ପରେ ଜିଲ୍ଲା ପରିଷଦ ସଭ୍ୟ ଯମୁନା ଡାଳବେହେରା, ସରପଞ୍ଚ ଶନ୍ତସୀ ପାଇକ, ବିଜେଡି ଯୁବ ନେତା ତାକେଶ୍ୱର ମାହାଙ୍କୁଡ, ଥାନା ଅଧିକାରୀ,ବ୍ଲକ ଉପାଦକ୍ଷା ବିଜୟଲକ୍ଷ୍ମୀ ପଟନାୟକଙ୍କ ସମେତ ସ୍ଥାନୀୟ ଲୋକଙ୍କ ଉପସ୍ଥିତରେ ବୁଝାମଣା ହେଇଥିଲା l ଆଗାମୀ 5 ଦିନ ମଧ୍ୟରେ ପାଣି ସମସ୍ୟା ସମାଧାନ ହେବ ବୋଲି ପ୍ରତିଶୃତି ଦେବା ପରେ ସକାଳ 11.30 ରେ ରାସ୍ତା ରୋକ ହଟଥିବା ସୂଚନା ମିଳିଛି l