ଅସୁରକ୍ଷିତ ଏମକେସିଜି କ୍ୟାମ୍ପସ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏମକେସିଜି ମେଡ଼ିକାଲରେ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା ଡାକ୍ତର ଓ ଛାତ୍ରଛାତ୍ରୀ। ଗତ କାଲି ରାତ୍ର ସମୟରେ ପିଜି ଡକ୍ଟର ଜଣଙ୍କ ମେଡ଼ିସିନ କିଣି ଫେରୁଥିବା ସମୟ ରେ ଏମକେସିଜି ମେଡ଼ିକାଲ ମୁଖ୍ୟ ଫାଟକ ନିକଟରେ ତାଙ୍କ ଠାରୁ ଲୁଟ ଉଦ୍ୟମ ହୋଇ ଥିଲା।ମୁଖ୍ୟ ଫାଟକ ନିକଟରେ ଅର୍ଥାତ୍ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଛି । ଏମକେସିଜି କ୍ୟାମ୍ପସରେ ସଠିକ୍ ଭାବେ ଆଲୋକିକରଣ ବ୍ୟବସ୍ଥା ନଥିବାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆଣିଛନ୍ତି ଛାତ୍ର ଓ ମେଡିକାଲ କତୃପକ୍ଷ । ଏହାକୁ ନେଇ ଡାକ୍ତର ଓ ଛାତ୍ରଛାତ୍ରୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

 

LEAVE A REPLY

Please enter your comment!
Please enter your name here