ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦିନକୁ ଦିନ ଅବାଧ ରେ ଚାଲିଛି ଗଛ କଟା । ଗାଆଁ ହେଉ କି ସହର, କୋଠା ନିର୍ମାଣ ନିମନ୍ତେ କଟା ଚାଲିଛି ଶହ ଶହ ବର୍ଷର ବିରାଟ ବିରାଟ ଗଛ । ଆଜି ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ଥିବା ବହୁ ପୁରାତନ ବଟ ଓ ଅଶ୍ୱତତ ଗଛ କଟା । ରେଳ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ନୂତନ ପାର୍କି ଷ୍ଟାଣ୍ଡ କୋଠା ନିମନ୍ତେ ଗଛ କଟା କାର୍ଯ୍ୟ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ବ୍ରହ୍ମପୁର ସବୁଜ ବାହିନୀ ଓ ରେଳ ଷ୍ଟେସନ ଅଟୋ ଚାଳକ ସଂଘ ର ବହୁ ସଦସ୍ୟ ଏହାକୁ ବିରୋଧ କରି ଧାରଣା ଦେଇଛନ୍ତି ।