ବଲାଙ୍ଗୀର ( ବିପ୍ଲବୀ ପରିକ୍ରମା ):- ବଲାଙ୍ଗୀର ରାଜନୀତିରେ ହୋଇପାରେ ବଡଧରଣର ଓଲଟପାଲଟ ।ଗୋଟିଏ ପଟେ ସାଲୁଜା କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ କଣ୍ଟାବାଞ୍ଝିରୁ ସାଲୁଜାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।ଏବେ ପୁଣି କଂଗ୍ରେସ ସମ୍ମିଳନୀରେ ସାଲୁଜାଙ୍କ ସମର୍ଥକ କହିଛନ୍ତି ସେ ଯେଉଁଆଡେ ଯିବେ, ଆମେ ତାଙ୍କ ସାଥିରେ ଅଛୁ। କର୍ମୀ ସମ୍ମିଳନୀରେ ସମର୍ଥକ ମାନଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଯଦିଓ ସାଲୁଜା ନିଜ ଦଳ ବଦଳ ପ୍ରସଙ୍ଗରେ ମତାମତ ରଖି ନାହାନ୍ତି ତେବେ ସମର୍ଥକ ବୟାନ ଏବେ କଣ୍ଟାବାଞ୍ଜି ରାଜନୀତିରେ ଚହଳ ପକାଇଛି। ତେବେ କୁଆଡେ ଯିବେ ସାଲୁଜା ସ୍ପଷ୍ଟ ହୋଇନଥିବା ବେଳେ, ସମର୍ଥକଙ୍କ ବୟାନ ଭିନ୍ନ ଦିଗକୁ ଇସାରା କରୁଛି। ଅନ୍ୟପଟେ ପୂର୍ବରୁ ଆୟୁବ ଖାଁ ଓ ଅନ୍ୟ ନେତା କହିଥିଲେ ଯେ ସାଲୁଜା ବିଜେଡିରେ ସାମିଲ ହେବାକୁ ମନ ବଦଳାଇଛନ୍ତି। ସେବେଠୁ ସାଲୁଜା କଂଗ୍ରେସ ଛାଡିବା ଚର୍ଚ୍ଚା ଜୋର ଧରିଛି।ଅନ୍ୟପଟେ କଂଗ୍ରେସର ଅନେକ ହେଭିୱେଟ୍ ନେତା ନିର୍ବାଚନ ପୂର୍ବରୁ ଦଳ ଡିଆଁ ମାରିସାରିଲେଣି।
୨୦୧୪ରେ କଂଗ୍ରେସ ଟିକେଟରେ ଜଗତସିଂହପୁରରୁ ବିଧାୟକ ହୋଇଥିବା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଛନ୍ତି। ଦୀର୍ଘ ଦିନ ଧରି ଦଳର ନେତୃତ୍ୱକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ପୂର୍ବରୁ ମଧ୍ୟ ସେ ଦଳର ନେତୃତ୍ୱଙ୍କ ବିରୋଧରେ ସମ୍ୟକ ବିଦ୍ରୋହ କରିଥିବା ଦେଖାଯାଇଥିଲା। ଚିରଞ୍ଜୀବ ଦୁଇ ଥର କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ ତିର୍ତ୍ତୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ।