ବିଜେଡି ଛାଡିଲେ ରାସେଶ୍ବରୀ

0
Oplus_131072

ସମ୍ବଲପୁର ( ବିପ୍ଲବୀ ପରିକ୍ରମା ):- ବିଜେଡି ଛାଡିଲେ ରାସେଶ୍ବରୀ । ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ଟାଣୁଆ ନେତ୍ରୀ ରାସେଶ୍ବରୀ ପାଣିଗ୍ରାହୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି । ସଂଗଠନ ସଭାପତିଙ୍କ ଜରିଆରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସମ୍ବଲପୁରରୁ ଟିକଟ ଆଶାୟୀ ଥିଲେ ରାସେଶ୍ବରୀ । କିନ୍ତୁ ଦଳ ରୋହିତ ପୂଜାରୀଙ୍କୁ ଟିକଟ ଦେବା ପରେ ସେ ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି । ରାସେଶ୍ବରୀ ଆସନ୍ତା କିଛି ଦିନରେ ବିଜେପିରେ ସାମିଲ ହେଉଥିବା ନେଇ ଚର୍ଚ୍ଚା ହେଉଛି ।

 

ସୂଚନା ପ୍ରକାରେ,୨୦୧୪ରୁ ୨୦୧୯ ଯାଏଁ ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜେଡି ଟିକେଟରେ ବିଧାୟକ ଥିଲେ । ୨୦୧୯ ନିର୍ବାଚନରେ ସେ ବିଜେପିର ଜୟନାରାୟଣ ମିଶ୍ରଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୨୪ରେ ସେ ସମ୍ବଲପୁର ଆସନରୁ ଟିକଟ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଥିଲା । ବିଜେଡି ପକ୍ଷରୁ ଦୁଇ ଥର ଲାଗି ସମ୍ବଲପୁର ବିଧାନସଭା ଆସନ ଘୋଷଣା କରିଥିଲା । ପ୍ରଥମେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ଟିକଟ ଦେଇଥିଲା । ରେଢାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିଲେ । ପ୍ରସନ୍ନ ଅସନ୍ତୋଷ ବ୍ୟକ୍ତ କରିବାରୁ ଦଳ ଆସନ ଅଦଳବଦଳ କରିଥିଲା । ତାଙ୍କୁ ବଦଳାଇ ରୋହିତ ପୂଜାରୀଙ୍କୁ ସମ୍ବଲପୁର ଟିକଟ ଦିଆଯାଇଥିଲା । ଏହାପରେ ରସେଶ୍ୱରୀଙ୍କ ଟିକେଟ ଆଶା ଦ୍ଵିତୀୟ ଥର ଲାଗି ଭାଙ୍ଗିଥିଲା । ତେଣୁ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here