(ବିପ୍ଲବୀ ପରିକ୍ରମା ବ୍ୟୁରୋ);ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମିତ୍ତ । ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବା,ରତ୍ନ ଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାରର ଗଣତି ସହ ଭଣ୍ଡାର ଘରର ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ବାରାଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରାଯିବା ଦାବିରେ ଆଜି ସାରା ରାଜ୍ୟରେ କଂଗ୍ରେସର ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପ୍ରଦୀପ ପ୍ରଜ୍ଜଳନ ଏବଂ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଉଛି।ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ବାରିପଦା ସ୍ଥିତ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଭାପତି ହେମନ୍ତ ଦାସ ଙ୍କ ନେତୃତ୍ୱରେ ଜିଲ୍ଲାର ବରିଷ୍ଠ ଏବଂ ଆଗଧାଡ଼ିର କଂଗ୍ରେସ କର୍ମୀମାନଙ୍କୁ ନେଇ ପ୍ରଦୀପ ପ୍ରଜ୍ଜଳନ ଏବଂ ସଂକୀର୍ତ୍ତନ ସତ୍ୟାଗ୍ରହ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି।ତେବେ ଯଥାଶୀଘ୍ର ସରକାର ଶ୍ରୀମନ୍ଦିରର ଚାରି ଦ୍ୱାର ନ ଖୋଲିଲେ ଏ ଆନ୍ଦୋଳନ ଆହୁରି ତୀବ୍ରତର ହେବା ସହିତ ବୁଥ ସ୍ତରରେ ଏହା ଜାରୀରହିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ହେମନ୍ତ ଦାସ,ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଦେଶ କଂଗ୍ରେସ ଉପସଭାପତି ସରସ୍ବତୀ ହେମ୍ବ୍ରମ,ଆଇନଜୀବୀ ଜ୍ୟୋତିପ୍ରକାଶ ରଥ ଏବଂ ଆଇନଜୀବୀ ବିଜନ ଦାସ।