ଆସିକା ( ବିପ୍ଲବୀ ପରିକ୍ରମା ):- ବିଜୁ ଜନତା ଦଳର ପ୍ରଚାର କୁ କଡା ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି l ଆସିକା ର ପୂର୍ବତନ ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାଥୀ ସରୋଜ ପାଢ଼ୀ ଙ୍କ ଗାଁ ଗାଁ ରେ ଭୋଟ ଭିକ୍ଷା କରୁଛନ୍ତି l ଆସିକା ବ୍ଲକ ର ବରଗାଁ ପଂଚାୟତ ର ବେଣିଆ, ଗୋଲାପଲ୍ଲୀ, ଧୋବପଲ୍ଲୀ ମାଗୁରା, କଲେଜଛକ,ବଡ଼ଖୋଲି,ସାନଖୋଲି,ସାମନ୍ତରାପୁର,କବିସୂର୍ଯ୍ୟନଗର ପଂଚାୟତ ର ବରିଡା, ଆଦି ଗ୍ରାମ ରେ ପହଂଚି ଲୋକ ମାନଙ୍କୁ ଲୁଗା, ଟଙ୍କା, ମଦ, ମାଂସ ପଛରେ ନପଡ଼ି ଆସିକା ର ବିକାଶ ପାଇଁ, ଅଞ୍ଚଳର ସ୍ୱାଭିମାନ ସକାଶେ ଏବଂ ଚାଷୀ, ମହିଳା, ଯୁବକ ଯୁବତୀ, ଶ୍ରମିକ ମାନଙ୍କ ବିକାଶ ପାଇଁ ପଦ୍ମ ଫୁଲ ଚିହ୍ନ ରେ ଭୋଟ ଦେବାକୁ ଅନୁରୋଧ କରିଥିଲେ l ଓଡିଶା ର ଅସ୍ମିତା ପାଇଁ ଏହି ନିର୍ବାଚନ ରେ ବିଜୁ ଜନତା ଦଳ କୁ ପରିବର୍ତ୍ତନ କରି ମୋଦି ସରକାର ଙ୍କ ଭାରତୀୟ ଜନତା ପାର୍ଟି ଦଳ କୁ ବହୁ ସଂଖ୍ୟାରେ ଭୋଟ ଦେଇ ଏମ ଏଲ ଏ ଏବଂ ଏମ ପି ପ୍ରାଥୀ କୁ ବିଜୟୀ କରାନ୍ତୁ ବୋଲି କହିଥିଲେ l ବିଜେପି ସରକାର ହେଲେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ, ମହିଳା ମାନଙ୍କୁ ଯୋଶଦା ଯୋଜନା ରେ ମହିଳା ମାନଙ୍କୁ ଋଣ ପ୍ରଦାନ, କଟଣୀ ଛଟଣୀ ବନ୍ଦ କରିବା, ବାର୍ଦ୍ଧକ୍ୟ ଯୋଜନା ରେ ପାରିଶ୍ରମିକ ଭତ୍ତା ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଗ୍ୟରେଣ୍ଟି ଦେଇଛନ୍ତି l
ଆଜିର ପ୍ରଚାର କାର୍ଯ୍ୟକ୍ରମ ରେ ବରିଷ୍ଠ ଆଇନଜିବି ଚନ୍ଦ୍ର ଶେଖର ପାତ୍ର, ନାରାୟଣ ମୁନି, ସରତ ଚନ୍ଦ୍ର ପାଢ଼ୀ,ଶିବରାମ ପ୍ରଧାନ ବିଜେପି ନେତା ବିଜୟ ସ୍ୱାଇଁ,କାମେଶ୍ୱର ବିଶ୍ୱାଳ, କରୁଣାକର ମହାନ୍ତି,କାଉନସିଲର ରାଘବ ସିଅ, ସରୋଜ ଭଞ୍ଜ,ସୁକାନ୍ତ ପାତ୍ର, ଅନିଲ ପରିଡା, ସୁଶାନ୍ତ ନାହାକ, ବାଇନାଥ ପାତ୍ର, ସଂଦୀପ ପାଢ଼ୀ,ସଂଗୀତ ପାଢ଼ୀ, ଗାଁ ଯୁବକ ସଂଘ, ଗାଁ ସଭାପତି, ବହୁ ମହିଳା ପ୍ରମୁଖ ଉପସ୍ଥିତ ଥିଲେ l