ଭୁବନେଶ୍ବର ( ବିପ୍ଲବୀ ପରିକ୍ରମା ):- ରାଜ୍ୟରେ ବଢୁଛି ଗ୍ରୀଷ୍ମର ପ୍ରଭାବ । କଲବଲ କଲାଣି ଅସହ୍ୟ ତାତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ସମୟରୁ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସକାଳ 7ଟାରୁ ପାଠପଢା ଆରମ୍ଭ ହୋଇଥିବା ବେଳେ ଦିନ 11.30 ପର୍ଯ୍ୟନ୍ତ ଚାଲିବ । ସେହିପରି ଅଙ୍ଗନବାଡ଼ିରେ ସକାଳ 7ରୁ ଦିନ 11ଟା ପର୍ଯ୍ୟନ୍ତ ପାଠପଢା ହେବ ।
ଏହି ସମୟରେ ପାନୀୟ ଜଳ, ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପାଗ ସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଛି ।