ଗଜପତି ( ବିପ୍ଲବୀ ପରିକ୍ରମା ):- ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମ୍ପୂନ୍ନ ଭିନ୍ନ , କେବଳ ବିଜ୍ଞାପନ ରେ ହିଁ ସୀମିତ ରହିଛି ବ୍ୟବସ୍ଥା , ଏହା ଆମେ କହୁନୁ ଗଜପତି ଜିଲ୍ଲାର ଏ ବିଦ୍ୟାଳୟକୁ ଦେଖିଲେ ଆପଣ ମାନେ ମଧ୍ୟ କହିବେ l
ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର । ଏଠାରେ ୮୨ ଛାତ୍ରଛାତ୍ରୀ ଥିବା ବେଳେ ୯ଜଣ ଶିକ୍ଷକଶିକ୍ଷୟତ୍ରୀ ଅଛନ୍ତି । ପ୍ରାୟ ୪୦ରୁ ଉର୍ଦ୍ଦ ଛାତ୍ରଙ୍କ ପାଇଁ ହେଷ୍ଟେଲ ରହିଥିବା ବେଳେ ଅନ୍ୟ ପିଲାମେନେ ଆଖପାଖ ଗ୍ରାମର । କିନ୍ତୁ ଖବର ସଂଗ୍ରହ ପାଇଁ ପହଞ୍ଚିଥିବା ବେଳେ ଚିତ୍ର ସେଠାରେ କିପରି ରହିଥିଲା ଦେଖନ୍ତୁ । ବିଦ୍ୟାଳୟ କମ ଏହା ପ୍ରେକ୍ଷାଳୟ ଅଧିକ ଲାଗୁଥିଲା । ୪୦ପିଲାଙ୍କୁ ଏକସଙ୍ଗେ ପାଠପଢାଉଥିଲେ ୬ଜଣ ଶିକ୍ଷକ ଶିକ୍ଷୟତ୍ରୀ । ତେବେ ପାଠ ପଢାଉଥିବା କମ୍ ଅଭିନୟ ଅଧିକ କରୁଥିବା ଅନୁଭବ ହେଉଥିଲା । କି ବିକଳ ଚିତ୍ର ତାହା ନିଜ ଆଖିରେ ନଦେଖିଲେ ବୟାନ କରିହେବ ନାହିଁ । କିଏ ଇଁରାଜି, କିଏ ସାହିତ୍ୟ, କିଏ ଗଣିତ ତ କିଏ ବିଜ୍ଞାନ ପଢାଉ ଥିଲେ । ଆଉ ପିଲାମାନେ ମଧ୍ୟ ପରୀକ୍ଷା ପାଖରେ ମନଧ୍ୟାନ ଦେଇ ପଢିବା ଭଳି ପଢୁଥିଲେ । ତେବେ କମ ପଢାଉଥିଲେ ପିଲାମାନେ କଣ ପଢୁଥିଲେ ଆମେ ଜାଣିପାରିଲୁ ନାହିଁ । କିନ୍ତୁ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କ୍ୟାମେରା ଦେକି ମୁକ ପାଲଟି ଗଲେ । ପିଲାମାନଙ୍କୁ ଭୟଭିତ କରି କ୍ଲାସ ଭିତରେ ରଖିଲେ । କିନ୍ତୁ ପ୍ରଥମରୁ ନବମ ଯାଏଁ ଗୋଟୀଏ କୋଠରୀରେ ସବୁ ଶିକ୍ଷକ ଏକକାଳୀନ ପାଠ ପଢାଇବା , ଓଡିଶାରେ ଗଙ୍ଗାବାଡ ବିଦ୍ୟାଳୟ ରେ ହିଁ ସମ୍ଭବ ହୋଇପାରିଛି ।
ତଥ୍ୟ ନେବାରୁ ଜଣା ପଡିଲା ଏମିତି ନାହିଁ ସରକାର ଏଠାରେ ପହଞ୍ଚି ନାହାଁନ୍ତି କି ଭିତ୍ତିଭୂମୀର ବିକାଶ କରିନାହାଁନ୍ତି । ସରକାର ଏଠାରେ ଏହି ବିଦ୍ୟାଳୟ ପାଇଁ ଉନ୍ନତ ମାନର କୋଠା ସହ ଫାଇବଟି ରୁପାନ୍ତରୀତ କରି ସ୍ମାର୍ଟ ସ୍କୁଲ ମଧ୍ୟ ନିର୍ମାଣ କରିଛନ୍ତି । ତାହା ନିକଟ ଅତିତରେ ୪ର୍ଥ ପ୍ରଜାୟରେ ଉଦ୍ଘାଟନ ମଧ୍ୟ ହୋଇଛି । କିନ୍ତୁ କିନ୍ତୁ ଏବେ ଯାଏଁ ତାହା କାର୍ଯ୍ୟରେ ଲାଗିପାରିନି, ଏପରିକି ଷ୍ଟାପ ପାଳି କରିଆସୁଥିବା, ସୀମାନ୍ତ ଅଞ୍ଚଳରେ ପିଲାଙ୍କୁ ତେଲୁଗୁ ଶିକ୍ଷକ ଓଡିଆ ଶିକ୍ଷାଦାନ କରୁଥିବା , ଭଲ ଖାଦ୍ୟ ପ୍ରଦାନ କରାଯାଉନଥିବା ମଧ୍ୟ ଅଭିଯୋଗ ହୋଇଛି । ବିଦ୍ୟାଳୟରେ ରହିଥିବା ଦୁଇଟି କକ୍ଷରୁ ଗୋଟିଏ କକ୍ଷକୁ ଷ୍ଟକରୁମ ଭାବରେ ବ୍ୟବହାର କରାଯାଊଛି । ହଷ୍ଟେଲ ନିର୍ମାଣ ସରିଛି କିନ୍ତୁ ପିଲାମାନେ ବାତ୍ୟା ଆର୍ଶୟ ସ୍ଥଳରେ ରହୁଛନ୍ତି । ତେବେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା ହେଲା ଏବେବି କିଛି କାମ ବାକି ରହିଛି ଯଥା ଶୀଘ୍ର ବିଦ୍ୟାଳୟ ସ୍ଥାନାଂତର କରାଯିବ l
ତେବେ ଏପରି ପରିସ୍ଥିତି ଦୀର୍ଘ ଏକ ବର୍ଷ ଧରି ଲାଗିରହିଥିବା ବେଳେ ସ୍କୁଲ ଓ ହୋଷ୍ଟେଲ ନିର୍ମାଣ କରିଥିବା ସଂସ୍ଥା କାହିଁକି ଶିକ୍ଷା ବିଭାଗକୁ ହସ୍ତାନ୍ତର କରିନାହିଁ ନା କିଛି ଆଉ କାରଣ ରହିଛି ତାହା ତଦନ୍ତ ସାପେକ୍ଷ ।