ବିପ୍ଲବୀ ପରିକ୍ରମା ଡିଜିଟାଲ :- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ହେବ ସ୍କୁଲ ।କଲବଲ କରୁଛି ଖରା । ମାର୍ଚ୍ଚ ମାସରୁ ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପଦକ୍ଷେପ ନେଇଛନ୍ତି ।ଧୀରେ ଧୀରେ ଜିଲ୍ଲାରେ ଉତ୍ତାପ ବଢିବାରେ ଲାଗିଛି । ସେହିକ୍ରମରେ ବୌଦ୍ଧ ଜିଲ୍ଲାରେ ପାଣିପାଗର ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି । ଦୁଇ ଦିନ ତଳେ ବୌଦ୍ଧ ହେଉଛି ଭାରତର ସବୁଠୁ ଉତ୍ତପ୍ତ ଜିଲ୍ଲା ହୋଇଥିଲା । ସକାଳୁ ସ୍କୁଲ ଘୋଷଣା କରିଛନ୍ତି ସରକାର । ଏନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନକୁ ଲକ୍ଷ୍ୟ କରି ରାଜସ୍ୱ ବିଭାଗ ପକ୍ଷରୁ ଏଥିର ଆଗୁଆ ପଦକ୍ଷେପ ନିଆଯାଇଛି । ପଦକ୍ଷେପ ସ୍ଵରୂପ ନିର୍ଦ୍ଦେଶାବଳୀ ବିଭାଗ ଓ ଜିଲ୍ଲା ଗୁଡିକୁ ନିର୍ଦ୍ଦେଶନାମା ପଠାଇ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସମ୍ପର୍କିତ ବିଭାଗ ଓ ଜିଲ୍ଲାପାଳ ମାନେ ଜିଲ୍ଲାସ୍ତରୀୟ ବୈଠକ ହୋଇଛି । ସେହିପରି ଗତକାଲି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀଙ୍କ ସଭାପତିତ୍ବରେ ବୈଠକ ବସିଥିଲା । ଗଣଶିକ୍ଷା, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, ଜଳସମ୍ପଦ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟ ଏବଂ ନଗର ଉନ୍ନୟନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ମନ୍ତ୍ରୀ ଆହୁରି କହିଛନ୍ତି, ‘ବନ୍ୟା ଓ ବାତ୍ୟା ଭଳି ଗ୍ରୀଷ୍ମ ପ୍ରବାହରେ ବି ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ କାର୍ଯ୍ୟ କରିବୁ । ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ବ୍ୟବସ୍ଥା ହେବ । ଜଳ ଛତ୍ର ଖୋଲାଯିବ । ନଳକୂପ ଖନନ ପାଇଁ ୩୦୦ କୋଟି ଜିଲ୍ଲା ଗୁଡିକୁ ଦିଆଯାଇଛି । ରାଜ୍ୟରେ ଅଘୋଷିତ ବିଜୁଳି କାଟ ହେବନାହିଁ ବୋଲି ଶକ୍ତି ବିଭାଗକୁ ତାଗିଦ କରାଯାଇଛି । ଘୋଷିତ ବିଜୁଳି କାଟ ହେବ । କିନ୍ତୁ ଦିନ ୧୧ରୁ ୩ ଓ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବନାହିଁ । ଘୋଷିତ ବିଦ୍ୟୁତ କାଟ ହେବ । କିନ୍ତୁ ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ ହେବନାହିଁ ।’ରାଜ୍ୟରେ ବିଭିନ୍ନ ସ୍କୁଲରେ ବିଭିନ୍ନ ଶ୍ରେଣୀର ପରୀକ୍ଷା ହେଉଛି । ପରୀକ୍ଷା ସକାଳେ ହେଉଛି । ୨୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ଏହା ପରେ ଦୁଇରୁ ୩ ଦିନ ବନ୍ଦ ରହିବ । ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ ଆରମ୍ଭ ହେବ । ସକାଳ ୭ ରୁ ୯ ଚାଲିବ ଅଙ୍ଗନବାଡି କେନ୍ଦ୍ର । ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ଛୁଆଙ୍କ ପାଇଁ ହୋମ ଡେଲିଭର କରାଯିବ ଖାଦ୍ୟ । ଜିଲ୍ଲାପାଳ ମାନେ ଏହି ନିଷ୍ପତ୍ତି ନେବେ । କଳ କାରଖାନା ଓ ଉଚ୍ଚା ଅଟ୍ଟାଳିକାରେ ନିୟୋଜିତ ଶ୍ରମିକଙ୍କ କାର୍ଯ୍ୟ ସମୟରେ କଟକଣା କରାଯାଇଛି । ଦିନ ୧୧ ରୁ ୩ ଯାଏ ଶ୍ରମିକ ମାନଙ୍କ କାମ ବନ୍ଦ ରହିବ । ଖିଲାପ କଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।