ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଆରମ୍ଭରୁ ଗୃହ ବେଶ ସରଗରମ ହେବ ବୋଲି ଆଶା କରାଯାଉଛି । ବିଜୁବାବୁଙ୍କ ପ୍ରତି ଅସମ୍ମାନ ବ୍ୟତୀତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳାଙ୍କ ଉପରେ ଅତ୍ୟାଚାର, ପୋଲାଭରମ ଓ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରସଙ୍ଗ ଉଠାଇବାକୁ ବିଜେଡି ନିଷ୍ପତି ନେଇଛି । ସେପଟେ କଂଗ୍ରେସ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ସରକାରୀ ଚାକିରୀରେ ଦୁର୍ନୀତି ଓ ଅନିୟମିତତା ପ୍ରସଙ୍ଗ ନେଇ ରାଜରାସ୍ତାକୁ ଓହ୍ଲାଇଛି । କଂଗ୍ରେସ ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ପ୍ରସଙ୍ଗ ସମେତ ଏ ପ୍ରସଙ୍ଗକୁ ବିଧାନସଭାରେ ଅତି ଶାଣିତ ଢଙ୍ଗରେ ଉଠାଇବାକୁ ଯୋଜନା କରିଛି । ବିରୋଧୀ ବିଜେଡି ଓ କଂଗ୍ରେସକୁ କାଉଣ୍ଟର କରିବାକୁ ପ୍ରସ୍ତୁତ ଶାସକ ଦଳ । ମାର୍ଚ୍ଚ ୩୦ରେ ରବିବାର, ୩୧ରେ ଇଦୁଲ୍‌ଫିତର୍ ପାଇଁ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବାକୁ ଥିବାରୁ ୨୯ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରାଯିବ । ତେବେ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ ଅଧିବେଶନ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here