ବିପ୍ଲବୀ ପରିକ୍ରମା ଡିଜିଟାଲ :- ଭାରତର ରଡ଼ିରେ ପାକିସ୍ତାନ ଛାନିଆ ହୋଇ ପଡ଼ିଲାଣି । ଭାରତ କଥା ଭାବି ଭାବି ପାକିସ୍ତାନୀ ସେନା ବି ଥରିଲେଣି । ଏମିତି ସ୍ଥିତି ଯେ, ସମରାଭ୍ୟାସ ହେଉ କି ଯୁଦ୍ଧକ୍ଷେତ୍ରକୁ ଯାତ୍ରା ହେଉ ସବୁଠି ବ୍ୟତିକ୍ରମ ହେଲାଣି । ସୀମାକୁ ଯିବା ରାସ୍ତାରେ ଟ୍ୟାଙ୍କର ପୋଡ଼ିଯାଇଥିଲା । ଏବେ ସମରାଭ୍ୟାସ ବେଳେ ସୈନ୍ୟ ମାନଙ୍କ ସହ ଗାଡ଼ି ଓଲଟି ପଡ଼ୁଛି । କିଛି ବି ପାକିିସ୍ତାନ ସହ ଠିକ ହେଉନାହିଁ । ନିଜର ଦମ ଜାଣିଯିବା ପରେ ପାକିସ୍ତାନ ଏଣେ ତେଣେ ସହାୟତା ପାଇଁ ଶରଣ ପଶିଲାଣି । ଋଷକୁ ଭାରତ ସହ କଥା ହେବା ପାଇଁ ଗୁହାରୀ କରିଛି । ଚୀନର ଗୋଡ଼ ହାତ ଧରି କିଛି ସହାୟତା ଆଣିଛି । ଚୀନ ବଳରେ ଭାରତ ସହ ଲଢ଼ିବାକୁ ପାକିସ୍ତାନ ସୀମାରେ ଆସି ଛିଡ଼ା ହୋଇଛି ପାକିସ୍ତାନ ସୈନ୍ୟଙ୍କ ପାଖରେ ୪୦ଟି ଚାଇନା ଟ୍ୟାଙ୍କ ରହିଛି । ଯାହାକୁ ନେଇ ସେ ଏବେ ଭାରତ ସହ ଲଢ଼ିବାକୁ ପ୍ରସ୍ତୁତ ହେଉଛି ।
ଭାରତର ଆକ୍ରାମକ ଆଭିମୁଖ୍ୟରେ ପାକିସ୍ତାନର ସେନା ଠୁ ରାଜନେତା ସମସ୍ତଙ୍କ ଭିତରେ କମ୍ପନ ସୃଷ୍ଟି ହୋଇଛି । ଭୟରେ ସେମାନେ ଧିରେ ଧିରେ ମାନିଲେଣି ଆତଙ୍କବାଦୀଙ୍କ ସହ ପାକିସ୍ତାନର ସମ୍ପର୍କକୁ । ଆତଙ୍କବାଦୀଙ୍କୁ ନେଇ ଭାରତ ବିରୋଧରେ କି ଷଡ଼ଯନ୍ତ୍ର କରିଛନ୍ତି ତାହା ବି କହିବା ଆରମ୍ଭ କଲେଣି । କିଏ ଷଡ଼ଯନ୍ତ୍ର କରୁଛି ତାହା ବି ପାକିସ୍ତାନର କିଛି ପୂର୍ବତନ ସେନା ଅଧିକାରୀମାନେ କହୁଛନ୍ତି । ରାଜନେତା ମାନେ ବି ପାକିସ୍ତାନର ଅସଲ ଚରିତ୍ର ଖୋଲିଦେଲେଣି । ପାକିସ୍ତାନ ଓ ଏଠାରେ ପ୍ରତିପାଳିତ ହେଉଥିବା ଆଇଏସଆଇ ଭଳି ଆତଙ୍କବାଦୀ ସଂଗଠନର ନୀତି ଏବଂ ଆଦର୍ଶ । ଭାରତର ଜାତୀୟ ଗଣମାଧ୍ୟମ ଆଗରେ ପାକିସ୍ତାନର କିଛି ସେନା ଅଧିକାରୀ ଏକଥାକୁ ସ୍ୱୀକାର କରିଦେଲେଣି । ଯାହା ସ୍ପଷ୍ଟ କରୁଛି ଆତଙ୍କବାଦୀଙ୍କ ପଛରେ ପାକିସ୍ତାନର ପ୍ରୋତ୍ସାହନ ଓ ଭାରତ ଭିତରେ ଆତଙ୍କବାଦ ସୃଷ୍ଟି କରିବାରେ ତାହାର ସମ୍ପୃକ୍ତିକୁ ।
ନିକଟରେ ଏକ ଟିଭିକୁ ସାକ୍ଷାତକାର ଦେଇ ପାକିସ୍ତାନୀ ପୂର୍ବତନ ସେନା ଅଧିକାରୀ ମେଜର ଅଦିଲ ରାଜା କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନୀରଙ୍କ ନିର୍ଦ୍ଦେଶ ଥିଲା । ସେ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିବାକୁ ସବୁ ଯୋଜନା କରିଥିଲେ । କାଶ୍ମୀରରେ ଥିବା ତାଙ୍କର ସବୁ ଉତ୍ସକୁ ସେ ଏଥିପାଇଁ ବ୍ୟବହାର କରିଥିଲେ । ଏହାବ୍ୟତୀତ ପାକିସ୍ତାନୀ ରାଜନେତା ବିଲୱାଲ ଭୁଟ୍ଟୋ ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେଇ କହିଛନ୍ତି ପାକିସ୍ତାନ ସର୍ବଦା ଆତଙ୍କବାଦୀଙ୍କୁ ଆଶ୍ରୟ, ସମର୍ଥନ ଓ ସହଯୋଗ କରିଥାଏ । ଏହା ହେଉଛି ପାକିସ୍ତାନୀ ସେନା ଓ ଆଇଏସଆଇର ମୂଳ ନୀତି । ଏହା କହି ସେ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ହେଉଛି ଆତଙ୍କବାଦୀଙ୍କ ପୃଷ୍ଠପୋଷକ । ଆତଙ୍କବାଦୀଙ୍କ ତଳି ସେ ପକାଉଛନ୍ତି । ଭାରତ ଭିତରେ ଅସ୍ଥିରତା ସୃଷ୍ଟି କରିବା ହେଉଛି ତାଙ୍କର ଲକ୍ଷ୍ୟ । ପାକିସ୍ତାନୀମାନେ ଭାରତକୁ ଆସି ଆତଙ୍କବାଦୀଙ୍କ ସ୍ଲିପର ସେଲ ଭାବେ କାମ କରୁଛନ୍ତି ।
ଏସବୁ ତଥ୍ୟ ଏବେ ଭାରତ ପାଇଁ ସହାୟକ ହେବ । ଭାରତ ଏସବୁ ତଥ୍ୟକୁ ଆନ୍ତର୍ଜାତିକ ସ୍ତରରେ ରଖି ପାକିସ୍ତାନ ପ୍ରତି ବିଭିନ୍ନ ଦେଶରେ ଥିବା ଅନୁକମ୍ପାର ମୁକାବିଲା କରିପାରିବ । ଏର୍ଯ୍ୟନ୍ତ ବିଶ୍ୱର ୮୦ଭାଗ ଦେଶ ଭାରତ ସପକ୍ଷରେ ରହିଛନ୍ତି । ପାକିସ୍ତାନର ଅସଲ ଚିତ୍ର ଦେଖିବା ପରେ ବିଶ୍ୱ ସମୁଦାୟର ଦୃଶ୍ୟପଟ୍ଟ ବଦଳିବ ବୋଲି ଆକଳନ କରାଯାଉଛି ।