ଅପରାଧୀଙ୍କ ସେଫଜୋନ୍ ଗୋଳନ୍ଥରା ଥାନା 

0

ଗୋଳନ୍ଥରା ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋଳନ୍ଥରା ଥାନା ଅଂଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଏମିତି ଲାଗୁଛି ଯେମିତି ଗୋଳନ୍ଥରା ପାଲଟିଛି ଅପରାଧୀଙ୍କ ପାଇଁ ସେଫ୍ ଜୋନ୍ । ଦୁଷ୍କର୍ମ, ହତ୍ୟା, ଲୁଟ୍ ଓ ଗାଡ଼ି ଚୋରି ବୃଦ୍ଧି ପାଇବାରେ ଲାଗିଛି । ଗତ ଦେଢ଼ ମାସ ମଧ୍ୟରେ ଦୁଇଟି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ଟେର ପାଇପାରୁନି ପୋଲିସ । ଗତ ଜୁଲାଇ ୩୦ରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର କେଦାରପୁରମ୍ ଅଂଚଳର ବାଲୁ ରେଡ୍ଡି ସୁନାପୁର ବେଳାଭୂମିରେ ବଣ ଭୋଜି ଖାଇ ସାଙ୍ଗ ସହ ବାଇକରେ ଫେରୁଥିବା ବେଳେ ବାଦୀ ଛକ ନିକଟରେ ଇ୍‌ଛାପୁର ବେଲୁପଡ଼ା ଅଂଚଳର ଅନ୍ୟ ଏକ ଗୋଷ୍ଠୀ ତାଙ୍କ ଉପରକୁ କଟୁରୀରେ ନୃଶଂସ ଭାବେ ହତ୍ୟା କରିଥିଲେ । ଏହି ଘଟଣାରେ ଜଣେ ଅଭିଯୁକ୍ତ ଫେରାର ଥିଲେ ମଧ୍ୟ ପୋଲିସ ତାର ସନ୍ଧାନ ପାଇପାରୁନି ।

ସେହିଭଳି ୧୫ଜୁଲାଇ ତାରିଖରେ ଜଗନ୍ନାଥପୁର ଓଡିଆରପି କଲୋନୀରେ ନବବଧୂ ରାଣୀ ମହାରଣାଙ୍କୁ ତାଙ୍କ ସ୍ୱାମୀ ଲକ୍ଷ୍ମୀ ମହାରଣା ପିଟି ପିଟି ନୃଶଂସ ଭାବେ ହତ୍ୟା କରିଥିଲେ । ରାଣୀଙ୍କୁ ତାଙ୍କ ବାପାଘର ଲୋକେ ସ୍ୱାମୀ ଲକ୍ଷ୍ମୀଙ୍କୁ ନେଇ ମେଡିକାଲ ଫାଣ୍ଡିରେ ଜିମା ଦେଇଥିଲେ । ରାତି ୧୦ଟାରେ ରାଣୀଙ୍କ ପରିବାର ଲୋକେ ଗୋଳନ୍ଥରା ଥାନରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ । କିନ୍ତୁ ପୋଲିସ ମାମଲାକୁ ଗୁରୁତ୍ୱ ଦେଇନଥିଲା କି ମେଡିକାଲ ଫାଣ୍ଡିରୁ ଅଭିଯୁକ୍ତକୁ ଆଣି ନଥିଲା । ଫଳରେ ପୋଲିସର ଖାମଖିଆଲୀ ଭାବେ ନେବାରୁ ଏହାର ସୁଯୋଗ ନେଇ ପୋଲିସ ଆଖିରେ ଧୂଳିଦେଇ ଛୁ ମାରିଥିଲା a ଲକ୍ଷ୍ମୀ । ଏଭଳିକି ନିଜ ପାଖରେ ଥିବା ମୋବାଇଲକୁ ଫାଣ୍ଡିରେ ଛାଡ଼ିଦେଇ ଫେରାର ହୋଇଯାଇଥିଲା ।

ଲକ୍ଷ୍ମୀ ଜଣେ ପେଶାଦାର ଅପରାଧୀ ହୋଇଥିବାରୁ ପୋଲିସ କାଳେ ତାକୁ ଧରିଦେବ ଭାବି ମୋବାଇଲକୁ ଛାଡ଼ି ଫେରାର ହୋଇଯିବା ପରେ ପୋଲିସ ନୟାନ୍ତ ହେଲାଣି ସିନା ଖୋଜି ପାଇପାରୁନାହିଁ । ଅପରପକ୍ଷେ ଅଟକ ଥିବା ସ୍ୱାମୀ ଲକ୍ଷ୍ମୀ ପୋଲିସ ହେପାଜତରୁ କିଭଳି କେଉଁ ପରିସ୍ଥିତିରେ ଫେରାର ହେଲା, ତାହାକୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ କାହିଁକି ତଦନ୍ତ କଲେନାହିଁ, ତାହା ସାଧାରଣରେ ପୋଲିସର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ବିରୋଧରେ ପ୍ରଶ୍ନ ଉଠାଇଛି ,?

ଆଗାମୀ ଦିନରେ ଅତିଶୀଘ୍ର ଯଦି ଅଭିଯୁକ୍ତ ଲକ୍ଷ୍ମୀକୁ ପୋଲିସ ଗିରଫ ନକରିଲେ, ତେବେ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପରିବାର ଲୋକେ ଫେରାଦ ହେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here