ବିପୁଳ ପରିମାଣରେ ଗଞ୍ଜେଇ ଜବତ

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡଧରଣର ସଫଳତା l ଗଞ୍ଜେଇ ଭର୍ତ୍ତି ପିକଅପ୍ ଭେନ୍ ରୁ କ୍ଵିଣ୍ଟାଲ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି l ବିଶେଷ ସୂତ୍ରରୁ ସୂଚନା ପାଇ ଆଜି ନୂଆପଡା ଜିଲ୍ଲା ଅବକାରୀ ବିଭାଗର ଏକ ଟିମ୍ ନୂଆପଡା – ବଲାଙ୍ଗୀର ରାସ୍ତାରେ ଛକି ରହିଥିଲା l ଅବକାରୀ ବିଭାଗର ଗାଡ଼ିଦେଖି ପିକଅପ୍ ଭେନଟି ଦୃତଗତିରେ ଫେରାର ମାରିଥିଲା l ହେଲେ ଅବକାରୀ ବିଭାଗ ପିଛା କଲାପରେ ପିକଅପ୍ ଭେନ କୁ କେନ୍ଦୁଭଟା ଗାଁ ନିକଟ ରେ ଛାଡି ଜଙ୍ଗଲ ଆଡ଼କୁ ଦୌଡ଼ି ଫେରାର ହୋଇ ଯାଇଥିଲେ ମାଫିଆ ମନେ l ଗାଡ଼ିରୁ ୧୩ କ୍ଵିଣ୍ଟାଲ ୨୬ କିଲୋ ଗ୍ରାମ ଗଞ୍ଜେଇ ଜବତ ହୋଇଛି l ପିକଅପ୍ ମଧ୍ୟ ଜବତ କରାଯାଇଥିବା ବେଳେ ବର୍ତ୍ତମାନ ଯାଏ ଗଞ୍ଜେଇ ମାଫିଆ ଙ୍କୁ ଧରିବା ରେ ବିଫଳ ହୋଇଛି ଅବକାରୀ ବିଭାଗ l ଅବକାରୀ ବିଭାଗ ଗଞ୍ଜେଇ ବୋଝେଇ ପିକଅପ୍ କୁ ଜବତ କରି ତଦନ୍ତ ଚଳାଇ ଥିବା ବେଳେ ଗାଡ଼ି କେନ୍ଦୁଭଟା ଗାଁର ଜିତେନ୍ଦ୍ର ନାଗ ବୋଲି ଜଣା ପଡିଥିବା ବେଳେ ଉକ୍ତ ଗାଡ଼ି ଡ୍ରାଇଭର ଲାର୍କି ଗାଁ ର ପ୍ରଫୁଲ୍ଲ ବାଗ ବୋଲି ଜଣା ପଡିଛି । ବର୍ତ୍ତମାନ ଅବକାରୀ ବିଭାଗ ଅଧିକ ତଦନ୍ତ ଚଳାଇଥିବା ବେଳେ ଜବତ ଗଞ୍ଜେଇ ର ମୂଲ୍ୟ ହାରାହାରି ଦେଢ଼ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପ୍ରାଥମିକ ତଦନ୍ତ ରୁ ଗଞ୍ଜେଇ କନ୍ଧମାଳ ରୁ ଆସୁଥିବା ଜଣାପଡ଼ିଥିବା ଆହୁରି ତଦନ୍ତ ଜାରି ରହିଛି ଗଞ୍ଜେଇ ଚାଲାଣ କାରୀ ଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here