ବିଜେପିରେ ସାମିଲ ହୋଇପାରନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ

0
Oplus_131072

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଥିବାବେଳେ ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ତଥା ନ ମିଳିବା ଆଶଙ୍କାରେ ଦଳ ଡିଆଁ ମାରୁଛନ୍ତି। ଏବେ ଚର୍ଚ୍ଚା ହେଉଛି ଯେ ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇପାରନ୍ତି । ତାଙ୍କର ଦିଲ୍ଲୀ ଗସ୍ତ ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । ଟିକେଟ୍ ନଦେଇ ଦଳ ତାଙ୍କ ଉପରେ ଭରସା କରିନଥିବାରୁ ଅସନ୍ତୁଷ୍ଟ ପ୍ରଶନ୍ନ ବିଜେଡି ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ତୁଟାଇ ପାରନ୍ତି ବୋଲି ଆଲୋଚନା ହେଉଛି । କିଛିଦିନ ତଳେ ସେ ଚିଲିକା ଆସନରୁ ଲଢ଼ିବା ଚର୍ଚ୍ଚା ହେଉଥିଲା, ତେବେ ଏନେଇ କୌଣସି କୌଣସି ସ୍ପଷ୍ଟ ସିଗନାଲ ନ ମିଳିବାରୁ ପାଟ୍ଟଶାଣୀ ଦଳ ଛାଡ଼ିବେ ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପାଟ୍ଟଶାଣୀ ଗୁରୁବାର ନବୀନ ନିବାସ ଯାଇଥିଲେ। ଏହାପରେ ଏବେ ତାଙ୍କର ଦିଲ୍ଲୀ ଗସ୍ତ ପରେ ବିଜେଡି ଛାଡି ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଯଦିଓ ଏଯାଏଁ ଏ ପ୍ରସଙ୍ଗରେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ, ତଥାପି ବିଜେଡିରୁ ତାଙ୍କ ମନ ଭାଙ୍ଗିଯାଇଥିଇପାରେ ବୋଲି ଜଣାପଡୁଛି । ଭୁବନେଶ୍ୱରରୁ ଲଗାତାର ୫ ଥର ଏମପି ହୋଇଥିବା ପାଟ୍ଟଶାଣୀଙ୍କ ଉପରେ ଦଳ ଭରସା ନକରି 2019ରେ ଅରୂପ ପଟନାୟଙ୍କୁ ଟିକେଟ୍ ଦେଇଥିଲା, ଅବଶ୍ୟ ଏଥିରେ ଅରୂପଙ୍କୁ ପରାଜୟ ମିଳିଥିଲା । ୨୦୨୪ରେ ମଧ୍ୟ ପ୍ରସନ୍ନଙ୍କୁ ଦଳରୁ ଟିକେଟ୍ ମିଳିନାହିଁ ।

ଏହାବ୍ୟତୀତ ରାଜ୍ୟସଭା ପାଇଁ ତାଙ୍କ ମନରେ ଆଶା ଥିବାବେଳେ ଏଥିପାଇଁ ମଧ୍ୟ ତାଙ୍କୁ ସୁଯୋଗ ଦିଆଯାଇନଥିଲା । ଏସବୁକୁ ନେଇ ସେ ଦଳ ଉପରେ ଅସନ୍ତୋଷ ଥିବାରୁ ଦଳ ଛାଡି ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାଇଥିଲା। ନିକଟରେ ପାଟ୍ଟଶାଣୀଙ୍କ କ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀଙ୍କୁ ଭାଜପା ପ୍ରାର୍ଥୀ କରିଛି। ତେଣୁ ପାଟ୍ଟଶାଣୀ ମଧ୍ୟ ଭାଜପାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏନେଇ କୌଣସି କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here