( ବ୍ୟୁରୋ ବିପ୍ଲବୀ ପରିକ୍ରମା); ୨୦୨୪ ନିର୍ବାଚନକୁ ନେଇ ଏବେ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥି ଖୋଜିବାରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସର ଜଣେ ଟାଣୁଆ ନେତୋ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ଲଢିବା ପାଇଁ ସ୍ପଷ୍ଟ ମନା କରି ଦେଇଛନ୍ତି ନରସିଂହ ମିଶ୍ର । ସେ କହିଛନ୍ତି, ମୋତେ ୮୩ ବର୍ଷ ହେଲାଣି। ଆଉ ନିର୍ବାଚନ ଲଢ଼ିବି ନାହିଁ। ବିଭିନ୍ନ ରୋଗରେ ମୁଁ ଆକ୍ରାନ୍ତ। ଏଥିପାଇଁ ମୁଁ ମାନସିକ ସ୍ଥରରେ ଠିକ୍ କରିଛି ମୁଁ ନିର୍ବାଚନ ଲଢ଼ିବି ନାହିଁ। ମୁଁ ୨୦୨୪ରେ ନିର୍ବାଚନ ନ ଲଢ଼ିବା ନେଇ ଲୋକମାନଙ୍କୁ ବୁଝାଇଛି। ଲୋକେ ମୋ କଥା ବୁଝିଛନ୍ତି। ଏହାସହ ମୋ ଦଳକୁ ଏହି କଥା କହିଛି। ଦଳ ମୋ କଥା ବୁଝିଥିବ ବୋଲି ମୋ ଆଶା ରଖିଛି।ସେ ଆହୁରି କହିଛନ୍ତି, ୨୦୨୪ ନିର୍ବାଚନରେ ସାନ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗିରରୁ ପ୍ରାର୍ଥୀ ହେବ। ଆଉ କିଏ ପ୍ରାର୍ଥୀ ମୋ ନଜରକୁ ଆସିନାହିଁ। ଭବିଷ୍ୟତ କିଏ ଆସିବ କି ନାହିଁ ମୁଁ କହିପାରିବି ନାହିଁ। ମୋ ପୁଅକୁ ପାର୍ଟି ଟିକେଟ ଦେବ ବୋଲି ଆଶା ରଖିଛି। ଏଥିପାଇଁ ମୁଁ ମୋ ପୁଅ ପାଇଁ ପ୍ରଚାର ଆରମ୍ଭ କରିଛି।ତେବେ ସମରେନ୍ଦ୍ର ପ୍ରାର୍ଥି ହେବା ଆପାତତଃ ସ୍ଥିର ହୋଇଥିବା ବେଳେ ଏହାକୁ ନେଇ କୌଣସି ଫାଇନାଲ ହୋଇନାହିଁ । ତେବେ ଯଦି ସମରେନ୍ଦ୍ର ପ୍ରାର୍ଥି ହୁଅନ୍ତି, ତେବେ ସେ କଂଗ୍ରେସରୁ ହିଁ ଲଢିବେ ବୋଲି କହିଛନ୍ତି ନରସିଂହ । ଅନ୍ୟ କୌଣସି ଦଳରୁ ଲଢିବା ନେଇ ପ୍ରଶ୍ନ ଉଠୁନି ବୋଲି ନରସିଂହ ମିଶ୍ର ପ୍ରକାଶ କରିଛନ୍ତି ।