ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଭାବେ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଜୟନାରାୟଣ ପଙ୍କଜ । ଆଜି କାର୍ଯ୍ୟାଳୟ ପରିସରରେ ପୁର୍ବତନ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇଙ୍କ ଠାରୁ ଜୟନାରାୟଣ ପଙ୍କଜ ଦାୟିତ୍ୱ ଗ୍ରହଣ କରିଛନ୍ତି । । ଆଜି ବ୍ରହ୍ମପୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ଏସପି ଡ.ଶର୍ବଣା ବିବେକ ଏମ, ଗଂଜାମ ଏସପି ଜଗମୋହନ ମୀନା ଙ୍କ ସମେତ ସହରର ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇ ନୁତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଜି ଜୟନାରାୟଣ ପଙ୍କଜ ଙ୍କୁ ପୁଷ୍ପ ଗୁଛ ଦେଇ ସ୍ବାଗତ ଜଣାଇବା ସହିତ ପୁରାତନ ଆଇଜି ସତ୍ୟବ୍ରତ ଭୋଇଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଆସନ୍ତା ଦିନରେ ପୋଲିସ କିଭଳି ଭାବେ ଜନସାଧାରଣଙ୍କ ନିକଟତର ହୋଇ କାର୍ଯ୍ୟ କରିବ ସେ ଦିଗରେ ଦୃଷ୍ଟି ଦିଆଯିବ ସହ ଅପରାଧୀକ ତତ୍ତ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଇଜି ଜୟନାରାୟଣ ପଙ୍କଜ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରିଛନ୍ତି ।