ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଶିମିଳିପାଳ ):- ଚଳିତ ବର୍ଷ ମାଘ ମାସରୁ ହିଁ ଟାଣଖରା ହେଲାଣି । ଜଳବାୟୁ ପରିବର୍ତ୍ତନର ଏହି ବଡ଼ ସମସ୍ୟା ଶିମିଳିପାଳରେ ଭୟଙ୍କର ବନାଗ୍ନି ଆଶଙ୍କା ବଢ଼ାଉଛି । ଏବର୍ଷ କମ୍ ବର୍ଷା ଯୋଗୁ ଶିମିଳିପାଳର ଚାରିଆଡ଼େ ଏବେ ଶୁଖିଲା ଭୂଇଁ । ଜଙ୍ଗଲରେ ପତ୍ରଝଡ଼ା ଆରମ୍ଭ ହୋଇଥିବା ବେଳେ ବନାଗ୍ନି ଭୟରେ ରହିଛି ପ୍ରକୃତିରାଣୀ ଶିମିଳିପାଳ । ବର୍ତ୍ତମାନର ସ୍ଥିତି ଦେଖି ପରିବେଶବିତ୍ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଭୟଙ୍କର ବନାଗ୍ନି ଆଶଙ୍କା ଅଛି ଶିମିଳିପାଳରେ ।