ଗୋଳନ୍ଥରା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୋଳନ୍ଥରା ଥାନା ଅଞ୍ଚଳରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ୪ ଜଣ ଯୁବକ ନାବାଳିକାଙ୍କୁ ଡାକି ନେଇ ଗାଁ ବାହାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଥାନାରେ ଏତଲା ଦେଇଛନ୍ତି । ଗତ ୩ ତାରିଖରେ ଘଟିଛି ଦୁଷ୍କର୍ମ । ୪ ତାରିଖରେ ଥାନାରେ ଏତଲା ହୋଇଛି । ତେବେ ୪ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ ।ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡରେ ୨ଟି ମୁଣ୍ଡ ଗଡ଼ିଥିବାବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଜିଲ୍ଲାବ୍ଯାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି I
ସୂଚନାନୁଯାୟୀ, ନାବାଳିକାଦ୍ବୟ ବୁଧବାର ରାତିରେ ଏକ ବରଯାତ୍ରୀ ଶୋଭାଯାତ୍ରାରେ ଯାଇଥିବା ବେଳେ ୪ଜଣ ଯୁବକ ବିଳମ୍ବିତ ରାତିରେ ସେଠାରେ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ନାବାଳିକାଦ୍ଵୟଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ପରେ ସେଠାରେ ଛାଡ଼ି ଫେରାର୍ ହୋଇଯାଇଥିଲେ। ନାବାଳିକାଦ୍ବୟଙ୍କ ବୟସ ୧୫ରୁ ୧୬ବର୍ଷ ବୋଲି ଜଣାପଡ଼ିଛି l ବିଳମ୍ବିତ ରାତିରେ ସେମାନଙ୍କ ପରିବାରଲୋକ ଥାନାରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି । ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଛନ୍ତି।