କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳ ରେ ଏକ ଦୁଃଖଦ ଲଜ୍ଜାଜନକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି । ମାତ୍ର ୧ ବର୍ଷ ୩ ମାସର ଜଣେ କୋମଳମତୀ ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଶିଶୁ କନ୍ୟାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପ୍ରଥମେ ଚମ୍ପୁଆ ଓ ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁଯାୟୀ, ଗତ କାଲି ସନ୍ଧ୍ୟା ୭ଟା ସମୟରେ ଶିଶୁ କନ୍ୟାକୁ ନେଇ ଦୁଷ୍କର୍ମ କରିଥିଲା ସମ୍ପର୍କୀୟ ଅଜା । ତେବେ ଶିଶୁ କନ୍ୟା କାନ୍ଦିବାରୁ ସେହିଠାରେ ଶିଶୁ କନ୍ୟାକୁ ଛାଡ଼ି ଫେରାର ହୋଇଯାଇଥିଲା ଦୁର୍ବୁତ୍ତ । ପରେ ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଆଜି ତା’ର ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଏହି ଘଟଣାର ସୂଚନା ପାଇବା ପରେ ଯୋଡ଼ା ପୋଲିସ୍ ଆଜି ଅପରାହ୍ନରେ ଅଭିଯୁକ୍ତ କୁ ଖୋଜି ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।