ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା

0

ଶିମିଳିପାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦୀର୍ଘ ଦିନର ବ୍ୟବଧାନ ପରେ ଶିମିଳିପାଳକୁ ମିଳିଛି ଜାତୀୟ ଉଦ୍ୟାନ ମାନ୍ୟତା। ଯାହା ଓଡ଼ିଶାର ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇ ରହିବ ବୋଲି କହିଛନ୍ତି, ପିସିସିଏଫ ପ୍ରେମ କୁମାର ଝା। ଆମ ଶିମିଳିପାଳ ଯୋଜନା ପାଇଁ ଚଳିତ ବର୍ଷ ୨୦୨୫ ବଜେଟ୍‌ରେ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଶିମିଳିପାଳ ଆମ ରାଜ୍ୟର ଗର୍ବ ଓ ଗୌରବ। କେବଳ ଆମ ରାଜ୍ୟ ନୁହେଁ, ଏପରି କି ସମଗ୍ର ଭାରତରେ ଶିମିଳିପାଳ ଏକ ଅନନ୍ୟ ଜୈବବିବିଧତା ସୁନାମ ଆଣି ଦେଇଛି। ୧୯୮୦ ମସିହାରେ ଆରମ୍ଭ ହୋଇଥିବା ଏହି ଦୀର୍ଘକାଳୀନ ପ୍ରସ୍ତାବ ଏବେ ସାକାର ହୋଇଛି। ଏହା ଓଡ଼ିଶାରେ ସଂରକ୍ଷଣ ପାଇଁ ଏକ ବଡ଼ ପଦକ୍ଷେପ” ବୋଲି କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା। ଅଞ୍ଚଳ ଜଙ୍ଗଲ କ୍ଷୟ, ବିସ୍ଥାପନ ଏବଂ ସ୍ଥାନୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ପାଇଁ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା ଉପଲବ୍ଧତାର ଅଭାବ ଆଦି ଚ୍ୟାଲେଞ୍ଜର ମଧ୍ୟ ସମ୍ମୁଖୀନ ହେଉଛି।

LEAVE A REPLY

Please enter your comment!
Please enter your name here